Webportal

ଲାଞ୍ଚ ନେଇ ସାଧାରଣ ଲୋକଙ୍କ ଟଙ୍କା ଲୁଟୁଥିବା ସରକାରୀ କର୍ମଚାରୀ ଭିଜିଲାନ୍ସ ପଂଜାରେ

0 344

ଅନୁଗୁଳ ଗ୍ରାମ୍ୟ ଜଳ ଯୋଗାଣ ବିଭାଗ କିରାଣୀଙ୍କ ଘରେ ଭିଜିଲାନ୍ସ ରେଡ଼। କିରାଣୀ ରୋହିତେଶ୍ୱ ବାଗ। ସେ ଅନୁଗୁଳ ସବ ଡିଭିଜନ କାର୍ଯ୍ୟାଳୟରେ କିରାଣୀ ଭାବେ କାର୍ଯ୍ୟ କରୁଥିଲେ। ତାଙ୍କ ବିରୁଦ୍ଧରେ ଆୟବହିର୍ଭୁତ ସମ୍ପତି ଠୁଳ କରିବା ଅଭିଯୋଗ ଥିଲା। ଆଜି ସକାଳୁ ଭିଜିଲାନ୍ସ କଟକ ଡିଭିଜନର ଅଧିକାରୀ ମାନେ ଆସି ଏକ କାଳୀନ ୭ଟି ସ୍ଥାନରେ ଚଢ଼ାଉ ଜାରି ରଖିଛନ୍ତି। ଅନୁଗୁଳ ସରକାରୀ ବାସ ଭବନ, କାର୍ଯ୍ୟାଳୟ, ପୈତୃକ ବାସ ଭବନ ନୂଆସାହି ଆଠମଲ୍ଲିକ ଆଦି ସ୍ଥାନରେ ଚଢ଼ାଉ ଚାଲିଛି। ତାଙ୍କର ବୋୖଦ୍ଧ ଜିଳାରେ ଏକ ପାଣି ବଟଲିଂ କାରଖାନା, ଆଠମଲ୍ଲିକରେ ଏକ କୁକୁଡ଼ା ଫାର୍ମ ରହିଛି। ବିପୁଳ ପରିମାଣର ଆୟବହିର୍ଭୁତ ସମ୍ପତି ଠାବ କରା ଯାଇଛି। ଖବର ଲେଖା ହେବା ପର୍ଯ୍ୟନ୍ତ ଚଢ଼ାଉ ଜାରି ରହିଛି।

Leave A Reply

Your email address will not be published.