Webportal

ରୋଷେଇ ଗ୍ୟାସର ଅହେତୁକ ମୁଲ୍ୟବୃଦ୍ଧି; ସାଧାରଣ ଲୋକଙ୍କ ମୌଳିକ ଅଧିକାରର ହନନ

0 196

ଉଦ୍ବେଗଜନକ ଘଟଣା ହେଉଛି ଦେଶରେ ରୋଷେଇ ଗ୍ୟାସର ଦାମ ହୁ ହୁ ହୋଇ ବଢି ଚାଲିଛି।ଆଗେ ଲୋକେ ବିଭିନ୍ନ ପ୍ରକାରରେ ରୋଷେଇ କରୁଥିଲେ,ଯେପରି କି କାଠ, କୋଇଲା ଏବଂ ପରେ ବିଦ୍ୟୁତ ଚାଳିତ ହିଟର।

କିନ୍ତୁ ଧୀରେ ଧୀରେ ଜଙ୍ଗଲ କୁ ସଫା କରି ଘରୋଇ କମ୍ପାନୀ ମାନଙ୍କୁ ବ୍ୟବସାୟ ପାଇଁ ଦେଇଦେବା, କାଠ ଓ କୋଇଲାର ମୁକ୍ତ ସଂଗ୍ରହ ଉପରେ ଅଙ୍କୁଶ ଲଗାଇବା, ବିଦ୍ୟୁତ ଦର ବାରମ୍ବାର ବଡିବା ଆଦି ଫଳରେ ବର୍ତ୍ତମାନ ସମୟରେ ରୋଷେଇ ଗ୍ୟାସ ହିଁ ଖାଦ୍ୟ ରାନ୍ଧି ଖାଇବାର ଏକମାତ୍ର ସ୍ରୋତ ରହିଯାଇଛି ଅଧିକାଂଶ ଜନତାଙ୍କ ପାଇଁ।

ତେଣୁ ସହଜରେ ଓ ପକେଟକୁ ସୁହାଇଲା ଭଳି ମୂଲ୍ୟରେ ରୋଷେଇ ଗ୍ୟାସ ଦେଶର ସମସ୍ତ ପରିବାର ପାଇବା ହେଉଛି ସେମାନଙ୍କ ମୌଳିକ ଅଧିକାର।କିନ୍ତୁ ବର୍ତ୍ତମାନ ଯେପରି ଭାବେ ଏହାର ମୂଲ୍ୟ ବୃଦ୍ଧି ପାଉଛି,ରୋଷେଇ କରିବା ପାଇଁ ଗ୍ୟାସ ହଣ୍ଡାଟିଏ କିଣିଲେ ଲାଗୁଛି ଯେମିତି ପେଟକାଟି ଖର୍ଚ୍ଚ କରାହେଉଛି।କୋଭିଡ ମଧ୍ୟବିତ୍ତ ଓ ନିମ୍ନବର୍ଗ ପରିବାରର ଅଣ୍ଟା ଭାଙ୍ଗି ଦେଇଥିବା ବେଳେ ରୋଷେଇ ଗ୍ୟାସ ର ମୂଲ୍ୟ ଦେବା ଲୋକଙ୍କୁ ବୋଝ ସଦୃଶ ଅନୁଭୂତି ପ୍ରଦାନ କରୁଛି।

ତେଣୁ ଆମେ କହିପାରିବା ଯେ ରୋଷେଇ ଗ୍ୟାସର ଅହେତୁକ ମୂଲ୍ୟ ବୃଦ୍ଧି ମାନବର ଖାଦ୍ୟ ଗଣ୍ଡେ ଖାଇ ବଞ୍ଚିବାର ମୌଳିକ ଅଧିକାରକୁ କ୍ଷୁର୍ଣ୍ଣ କରୁଛି। ସରକାରଙ୍କୁ ଏହା ବିଷୟରେ ନିର୍ଦ୍ଦିଷ୍ଟ ଯୋଜନା କାର୍ଯ୍ୟକାରୀ କରିବାର ଆବଶ୍ୟକତା ରହିଛି, ଯାହା ଫଳରେ ସାଧାରଣ ଲୋକେ ଅତି ସହଜରେ ଓ ପକେଟକୁ ସୁହାଇବା ଭଳି ଦରରେ ରୋଷେଇ ଗ୍ୟାସ କିଣି ପାରିବେ।

Leave A Reply

Your email address will not be published.