Webportal

ରେଭେନ୍ସା ଟପ୍ପର

0 242

 

ଅନୁଗୁଳ ଜିଲ୍ଲା ବଅଁରପାଳ ସ୍ଥିତ ପିବିକେ ହାଇସ୍କୁଲର ଛାତ୍ର ସତ୍ୟଜିତ ବେହେରା ରେଭେନ୍‌ଶା ଜୁନିୟର କଲେଜରେ ଟପ୍ପର ହୋଇଛନ୍ତି। ସତ୍ୟଜିତ ହାଇସ୍କୁଲ ପରୀକ୍ଷାରେ ୯୫ ଶତକଡ଼ା ନମ୍ବର ରଖିଥିଲେ। ଏହାପରେ କଟକ ସ୍ଥିତ ରେଭେନ୍‌ଶା ଜୁନିୟର କଲେଜରେ ନାମ ଲେଖାଇଥିଲେ। ସେ ମୋଟ ୫୪୯ ନମ୍ବର ରଖି କଲେଜର ଟପ୍ପର୍‌ ହୋଇଛନ୍ତି। ୪ ମାସର ହୋଇଥିବାବେଳେ ସେ ବାପା ସାକେଲ ରାମ ବେହେରାଙ୍କୁ ହରାଇଥିଲେ। ଏହାପରେ ମାମୁ ଘରେ ରହି ପାଠ ପଢ଼ୁଥିଲେ। ଦିନକୁ ୬ରୁ ୭ ଘଣ୍ଟା ପାଠ ପଢ଼ୁଥିଲେ ବୋଲି ସତ୍ୟଜିତ କହିଛନ୍ତି। ତାଙ୍କ ସଫଳତାର ସମସ୍ତ ଶ୍ରେୟ କଲେଜ ଅଧ୍ୟାପକ, କୋଚିଂ ସେଣ୍ଟର ଶିକ୍ଷକ, ମା ହୀରବତୀ ବେହେରା, ମାମୁ ସଞ୍ଜୟ ସାହୁ, ସୁନୀଲ ସାହୁ ଓ ଆଈ ସୁପ ସାହୁଙ୍କୁ ଦେଇଛନ୍ତି। ଆଗକୁ କଠିନ ପରିଶ୍ରମ କରି ବୈଜ୍ଞାନିକ ହେବେ ବୋଲି ସତ୍ୟଜିତ ପ୍ରକାଶ କରିଛନ୍ତି।

Leave A Reply

Your email address will not be published.