Webportal

ଯାହାର ଘର ନାହିଁ ସେ ତ୍ରିରଙ୍ଗା ଲଗାଇବ କେଉଁଠି ? ଉଦ୍ଧବ ଠାକରେ

0 164

ଦେଶ ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ପକ୍ଷରୁ ‘ହର ଘର ତ୍ରିରଙ୍ଗା’ ଅଭିଯାନ ଆରମ୍ଭ ହୋଇଛି। ଏହି ଯୋଜନା ଅନ୍ତର୍ଗତ ଦେଶର ସମସ୍ତ ଘରେ ଅଗଷ୍ଟ ୧୩-୧୫ ତାରିଖ ପର୍ଯ୍ୟନ୍ତ ତ୍ରିରଙ୍ଗା ଲଗାଇବାକୁ ପ୍ରଧାନମନ୍ତ୍ରୀ ଅପିଲ କରିଛନ୍ତି। ଏହାକୁ ନେଇ ଶିବସେନା ନେତା ଉଦ୍ଧବ ଠାକରେ ମୋଦିଙ୍କୁ ଟାର୍ଗେଟ କରିଛନ୍ତିି। ସେ ମୋଦିଙ୍କୁ କଡ଼ା ସମାଲୋଚନା କରି କହିଛନ୍ତି ଯେ, କେବଳ ଘରେ ତ୍ରିରଙ୍ଗା ଲଗାଇଲେ କେହି ଦେଶଭକ୍ତ ହୋଇପାରିବେନି । ଏହି କ୍ରମରେ ଉଦ୍ଧବ ସରକାରଙ୍କୁ କଟାକ୍ଷ କରି କହିଛନ୍ତି ଯେ ଯାହାର ଘର ନାହିଁ ସେ ତ୍ରିରଙ୍ଗା କେଉଁଠି ଲଗାଇବ। ସେ ଆହୁରି କହିଛନ୍ତି ଯେ, ଘରେ ତ୍ରିରଙ୍ଗା ନୁହେଁ ହୃଦୟରେ ଦେଶପ୍ରେମ ରହିବା ଜରୁରୀ । ସେହିପରି ମୋଦି ସମସ୍ତଙ୍କର ପ୍ରୋଫାଇଲ୍ ରେ ତ୍ରିରଙ୍ଗା ରଖିବାକୁ କହୁଛନ୍ତି। କିନ୍ତୁ ସୀମାରେ ଶତ୍ରୁ ସହିତ ଲଢୁଥିବା ଯବାନମାନଙ୍କ ବଜେଟରେ ଅର୍ଥ କମାଇବା ଅତ୍ୟନ୍ତ ଦୁର୍ଭାଗ୍ୟ ଜନକ ବୋଲି ଉଦ୍ଧବ କହିଛନ୍ତି।

ସେହିପରି ଯଦି ସୀମାରେ ଯବାନଙ୍କ ସଂଖ୍ୟା କମ୍‌ କରାଯିବ ତେବେ ଅସ୍ତ୍ରଶସ୍ତ୍ର କାହାକୁ ଦିଆଯିବ ବୋଲି ସେ ପ୍ରଶ୍ନ କରିଛନ୍ତି। ଭାଜପା ସରକାରଙ୍କ ପାଖରେ ସେନାରେ ନିଯୁକ୍ତି ହେଉଥିବା ଯୁବବର୍ଗଙ୍କୁ ଦରମା ଦେବାକୁ ଟଙ୍କା ନାହିଁ। କିନ୍ତୁ ବିଭିନ୍ନ ରାଜ୍ୟର ସରକାରଙ୍କୁ କ୍ଷମତାଚ୍ୟୁତ କରିବା ଲାଗି କଳ ବଳ କୌଶଳ ପ୍ରୟୋଗ କରି ବିଧାୟକ ମାନଙ୍କୁ କିଣିବାକୁ ଟଙ୍କା ଅଛି ବୋଲି ଉଦ୍ଧବ କଟାକ୍ଷ କରିଛନ୍ତି।

Leave A Reply

Your email address will not be published.