Webportal

ମୃତଦେହ ଆଣିବା ପାଇଁ ଭିକ୍ଷା ମାଗୁଛନ୍ତି ଭଉଣୀ

0 343

ମୃତଦେହ ଆଣିବା ପାଇଁ ଭିକ୍ଷା ମାଗୁଛନ୍ତି ଭଉଣୀ।ଟଙ୍କା ପାଇଁ ହସ୍ପିଟାଲରେ ବନ୍ଧା ପଡ଼ିଛି ଭାଇର ଶବ । ଆଉ ଏପଟେ ମୃତଦେହ ଗାଁକୁ ଆଣିବା ପାଇଁ ଭିକ୍ଷା ବୃତ୍ତି କରୁଛନ୍ତି ମୃତକଙ୍କ ୩ ଭଉଣୀ । ଗାଁ ସାରା ବୁଲି ବୁଲି ଭିକ୍ଷା ମାଗୁଛନ୍ତି । ବଲାଙ୍ଗିର ଜିଲ୍ଲା ସଇଁତଳା ବ୍ଲକରେ ଏଭଳି ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ।ସୂଚନା ଅନୁସାରେ, ସଇଁତଳା ବ୍ଲକ୍‌ ଅନ୍ତର୍ଗତ ଧୁନକେଡ଼ା ଗାଁର ରାଜେଶ ଛତ୍ରିଆ ଦାଦନ ଖଟିବା ପାଇଁ ହାଇଦ୍ରାବାଦ ଯାଇଥିଲେ। ହେଲେ ହଠାତ୍ ଏକ ସଡ଼କ ଦୁର୍ଘଟଣାର ଶିକାର ହୋଇ ପରବର୍ତ୍ତୀ ସମୟରେ ହାଇଦ୍ରାବାଦର ଏକ ହସ୍ପିଟାଲରେ ତାଙ୍କର ମୃତ୍ୟୁ ହୋଇଥିଲା । କିନ୍ତୁ ମୃତଦେହ ନେବା ପାଇଁ ହସ୍ପିଟାଲ୍ କର୍ତ୍ତୃପକ୍ଷ ବକେୟା ୫୦ ହଜାର ଟଙ୍କା ଦେବା ପାଇଁ ଦାବି କରିଥିଲେ ।ହେଲେ ୫୦ ହଜାର ଟଙ୍କା ଦେଇ ଶବ ଗାଁକୁ ଆଣିବା ପାଇଁ ରାଜେଶ ଛତ୍ରିଆଙ୍କ ପରିବାର ସକ୍ଷମ ହୋଇନଥିଲେ । ଶେଷରେ ଉପାୟଶୂନ୍ୟ ହୋଇ ଭାଇର ମୃତଦେହ ଗାଁକୁ ଆଣିବା ପାଇଁ ରାଜେଶଙ୍କ ୩ ଭଉଣୀ ଭିକ୍ଷା ବୃତ୍ତି କରୁଛନ୍ତି

Leave A Reply

Your email address will not be published.