Webportal

ମର୍ମନ୍ତୁଦ ଦୁର୍ଘଟଣା

0 472

ଅନୁଗୁଳ ଜିଲ୍ଲା ର ନାଲକୋ ନଗର ଥାନା ଅନ୍ତର୍ଗତ ଓଡିଶୀ ମୋଟର୍ସ ସମ୍ମୁଖରେ ଆଜି ସକାଳ ୧୦ଘଟିକା ସମୟରେ ଏକ ବାଇକ ଯୋଗେ ସେଲଟାକ୍ସ ବିଭାଗର ଆଇନଜୀବୀ ପ୍ରଶାନ୍ତ ବେହେରା,ସ୍ତ୍ରୀ ଜୌତିର୍ମୟୀ ପ୍ରଧାନ (୩୫) ଓ ୫ ବର୍ଷର ପୁଅ ବାଇକ ଯୋଗେ ବଅଁରପାଳରୁ ଅନୁଗୁଳ ଅଭିମୁଖେ ଯାଉଥିବା ବେଳେ ଓଡିଶୀ ମୋଟର୍ସ ସମ୍ମୁଖରେ ପଛରୁ ଆସୁଥିବା ଟ୍ରକ ଧକା ଦେଇଥିଲା ଘଟଣା ସ୍ଥଳରେ ମହିଳା ଜଣକ ଛିଟିକି ହୋଇ ରାସ୍ତା ଉପରେ ପଡ଼ି ଯାଇଥିଲେ ଓ ତାଙ୍କ ସ୍ୱାମୀ ଓ ୩ବର୍ଷର ପୁଅ ରାସ୍ତା କଡରେ ପଡିଯାଇଥିଲେ। ପଛରୁ ଆସୁଥିବା ଟ୍ରକ ମହିଳାଙ୍କ ଉପରେ ଚଢି ଯାଇଥିଲା ଓ ଘଟଣା ସ୍ଥଳରେ ମହିଳାଜଣଙ୍କର ମୃତ୍ୟୁ ଘଟିଥିଲା। ସ୍ଥାନୀୟ ଲୋକଙ୍କ ସହଯୋଗରେ ଆହତ ଥିବା ପ୍ରଶାନ୍ତ ଓ ୫ ବର୍ଷର ଶିଶୁପୁତ୍ର କୁ ନାଲକୋ ଡାକ୍ତର ଖାନା କୁ ପଠା ଯାଇଥିଲା। ମୃତ ମହିଳାଙ୍କ ଜଣଙ୍କ ନିମବାହାଳି ଉପ୍ରା ସ୍କୁଲରେ ଶିକ୍ଷୟତ୍ରୀ ଭାବେ କାର୍ଯ୍ୟ କରନ୍ତି ଓ ଆଜି ସ୍ୱାମୀଙ୍କ ସହ ବାଇକ ଯୋଗେ ଅନୁଗୋଳ ସ୍ଥିତ ବାସଭବନକୁ ଆସୁଥିଲେ। ଦୁର୍ଘଟଣା ଖବର ପାଇ ନାଲକୋ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଥିଲା। ଏକ ଘଣ୍ଟା ଧରି ରାସ୍ତାର ଉଭୟ ପାର୍ଶ୍ୱରେ ଗାଡ଼ି ଅଟକି ରହିଥିଲା।ସମ୍ପର୍କୀୟ ଲୋକ ଆସିବା ପରେ ମୃତ ମହିଳାଙ୍କ ଶବକୁ ଅନୁଗୋଳ ପଠାଯାଇଥିଲା। ଶବ ଉଠିବା ପରେ ୫୫ଜାତୀୟ ରାଜପଥ ରେ ଯିବା ଆସିବା ସ୍ୱାଭାବିକ ହୋଇଥିଲା।

Leave A Reply

Your email address will not be published.