Webportal

ମନେରେଗା ବଞ୍ଚାଅ ଅଭିଯାନ କ୍ରମରେ ଜିଲ୍ଲା କଂଗ୍ରେସ ପକ୍ଷରୁ ଉପବାସ ଧାରଣା ପ୍ରତିବାଦ ଅନୁଷ୍ଠିତ

0 100

ମନେରେଗା ବଞ୍ଚାଅ ଅଭିଯାନ କ୍ରମରେ ଜିଲ୍ଲା କଂଗ୍ରେସ ପକ୍ଷରୁ ଉପବାସ ଧାରଣା ପ୍ରତିବାଦ ଅନୁଷ୍ଠିତ। ରବିବାର ପୂର୍ବାହ୍ନରେ ସ୍ଥାନୀୟ ତହସିଲଦାର କାର୍ଯ୍ୟାଳୟ ସମ୍ମୁଖରେ ଅନୁଗୁଳ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ମନରେଗା ବଞ୍ଚାଅ ଅଭିଯାନ କ୍ରମରେ ଜିଲ୍ଲା ସଭାପତି ସୁନୀଲ କୁମାର ପ୍ରଧାନଙ୍କ ନେତୃତ୍ୱରେ ଉପବାସ ଧାରଣା ପ୍ରତିବାଦ ଅନୁଷ୍ଠିତ ହୋଇଯାଇଛି। ଆଜିର ଏହି ପ୍ରତିବାଦରେ ଅନୁଷ୍ଠିତ ସଭାରେ ସଭାପତିତ୍ବ କରି ଜିଲ୍ଲା ସଭାପତି ଶ୍ରୀ ପ୍ରଧାନ କେନ୍ଦ୍ରରେ କ୍ଷମତାସୀନ ବିଜେପି ସରକାର ନିଜର ହୀନମନ୍ୟତାକୁ ଦେଖାଇବାକୁ ଯାଇ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ ରୋଜଗାର ଆଇନକୁ ଉଚ୍ଛେଦ କରି ଯେଉଁ ଭଳି ଭାବରେ ଏକ ଦିଶାହୀନ ଯୋଜନାକୁ କାର୍ଯ୍ୟକାରୀ କରି ନେଇଛନ୍ତି, ତା’ ଭାରତବାସୀ ଆଦୌ ବରଦାସ୍ତ କରିବେ ନାହିଁ ବୋଲି ପ୍ରକାଶ କରିଥିଲେ। ଆଜିର ଏହି ପ୍ରତିବାଦ ସଭାରେ ବିଭିନ୍ନ ବକ୍ତାମାନେ ନିଜ ନିଜର ବକ୍ତବ୍ୟ ରଖି କେନ୍ଦ୍ର ସରକାରଙ୍କ ସରକାରଙ୍କ ମହାତ୍ମାଗାନ୍ଧୀ ନାମକୁ ଉଚ୍ଛେଦ ଅଭିଯାନର ଘୋର ବିରୋଧ କରିଥିଲେ। ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତି ବିଶ୍ବର ଅଧିକାଂଶ ରାଷ୍ଟ୍ର ସ୍ଥାପନ କରି ଶ୍ରଦ୍ଧାସୁମନ ଅର୍ପଣ କରୁଥିବା ବେଳେ ତାଙ୍କର ଅହିଂସା ଆନ୍ଦୋଳନକୁ ମାନି ଅକ୍ଷରେ ଅକ୍ଷରେ ପାଳନ କରିଆସୁଛନ୍ତି। କିନ୍ତୁ ଦୁଃଖ ଓ ଅନୁତାପର ବିଷୟ ଯେ ତାଙ୍କୁ ଭାରତବର୍ଷର ବିଜେପି ସରକାର ସମ୍ମାନ ନ ଦେଇ ତାଙ୍କ ନାମରେ ପ୍ରଚଳିତ ଲୋକାଭିମୁଖୀ ଯୋଜନାକୁ ଉଚ୍ଛେଦ କରି ଦେଇଛି। ୨୦୦୫ ମସିହାରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ସ୍ବର୍ଗତ ମନମୋହନ ସିଂହ ଦେଶର ଆବଶ୍ୟକତାକୁ ଉପଲବ୍ଧି କରି ମନରେଗା ଆଇନ ପ୍ରଣୟନ କରି କାମ ନ ପାଇ ଉପବାସରେ କାଳାତିପାତ କରୁଥିବା ଲୋକଙ୍କ ମୁହଁରେ ଦୁଇ ବେଳା ଦୁଇ ମୁଠା ଅନ୍ନ ବ୍ୟବସ୍ଥା କରିଥିଲେ। ଆଜି ତାହା ସେମାନଙ୍କ ଠାରୁ ଛଡେଇ ନେଇ ବିଜେପି ସରକାର ବାହାବା ନେଉଛି। ଗ୍ରାମସଭା ଓ ପଞ୍ଚାୟତିରାଜ ବ୍ୟବସ୍ଥାକୁ ଦୁର୍ବଳ କରିବା ପାଇଁ କେନ୍ଦ୍ର ସରକାର ପ୍ରୟାସ ଜାରି ରଖିଛି। ମନରେଗା ଆଇନ ଦ୍ୱାରା କେନ୍ଦ୍ର ମଜୁରି ଅନୁଦାନ ୯୦ ଭାଗ ଥିଲା ବେଳେ ଏବର ପ୍ରଚଳିତ ଯୋଜନା ଅନୁଯାୟୀ ୬୦ ଭାଗ କେନ୍ଦ୍ର ସରକାର ଦେବେ ଓ ୪୦ ଭାଗ ରାଜ୍ୟ ସରକାର ବହନ କରିବେ। ଏହା କେବଳ ବିଜେପି ସରକାର ଓ କର୍ମୀମାନଙ୍କ ହାତ ବାରିଷି ଭାବେ କାର୍ଯ୍ୟ କରିବ। ଏଣୁ ଏହାର ସୁଫଳ ଉଚ୍ଛେଦ ସହ ଚଳି ଆସୁଥିବା ମନରେଗାକୁ ପୁନଃ ପ୍ରଚଳନ କରିବାକୁ ଭାରତୀୟ ଜାତୀୟ କଂଗ୍ରେସ ଦାବି କରୁଛି। ଏ ନେଇ ଗତ କାଲି ଠାରୁ ସାମ୍ବାଦିକ ସମ୍ମିଳନୀ ଜରିଆରେ ଆରମ୍ଭ ହୋଇଛି ଓ ଉକ୍ତ ମନରେଗା ବଞ୍ଚାଅ ଅଭିଯାନ ଆଗାମୀ ଫେବୃଆରୀ ୨୫ ତାରିଖ ପର୍ଯ୍ୟନ୍ତ ଚାଲିବ, ଗ୍ରାମ ଠାରୁ ଦିଲ୍ଲୀ ପର୍ଯ୍ୟନ୍ତ ଏ ଆନ୍ଦୋଳନ ବ୍ୟାପିବ ବୋଲି ସତ ପ୍ରକାଶ ପାଇଥିଲା। ଆଜିର ଏହି ସଭାରେ ଅନ୍ୟମାନଙ୍କ ମଧ୍ୟରେ ପ୍ରଦେଶ କଂଗ୍ରେସ କମିଟିର ମୁଖପାତ୍ର ଜଗଦାନନ୍ଦ ପ୍ରଧାନ, ପ୍ରଦେଶ କୃଷକ କଂଗ୍ରେସର ଉପସଭାପତି ଉମେଶ ଚନ୍ଦ୍ର ସାହୁ, ପୂର୍ବତନ ତାଳଚେର ବିଧାୟକ ପ୍ରାର୍ଥୀ ପ୍ରଫୁଲ୍ଲ ଦାସ, ଗୋପାଳ ଚନ୍ଦ୍ର ନାଥ, ଚିତ୍ତରଞ୍ଜନ ନାଏକ, ବଲବୀର ସିଂହ, ଦାଶରଥି ସାହୁ, ଦୁଷ୍ମନ୍ତ ଦଳବେହେରା, ତପନ ପ୍ରଧାନ, ବିନୋଦ ମାଝି, ସୁଦୀପ ମିଶ୍ର, ପ୍ରଦ୍ୟୁମ୍ନ ସାହୁ, ଜମ୍ବେଶ୍ବର ପଟ୍ଟନାୟକ, ସୁବାସ ସାହୁ, ଶିଶିର ପାଳ, କସିଦା ଖାନ, ଜ୍ୟୋତିରଞ୍ଜନ ପ୍ରଧାନ, ଅରୁପ ସାମଲ, ସଂଗ୍ରାମ ବେହେରା, ଅଳକା ମହାନ୍ତି, ଅଳକା ମହାପାତ୍ର, ମାନିନୀ ପ୍ରଧାନ, ରଶ୍ମି ରଞ୍ଜନ ସାହୁ, ଛାଡି ସାହୁ, ଅରୁଣ ଦାସ, ଜଗନ୍ନାଥ ବେହେରା ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

Leave A Reply

Your email address will not be published.