Webportal

ମଦ ପିଇ ରାସ୍ତାରେ ଗଡ଼ିଲେ କନେଷ୍ଟବଳ; ନିଲମ୍ବନ କଲେ ଏସ୍‌ପି

0 127

ନିଶାସକ୍ତ ଅବସ୍ଥାରେ ମଦ ଦୋକାନ ସାମ୍ନାରେ ପଡ଼ିବା ଓ ଖାକି ବର୍ଦ୍ଦିରେ ଦାଗ ଲଗାଇବା ଅଭିଯୋଗରେ ଜଣେ ପୁଲିସ କର୍ମଚାରୀ କାର୍ଯ୍ୟରୁ ନିଲମ୍ୱିତ ହୋଇଛନ୍ତି। ସୂଚନାଯୋଗ୍ୟ; ୨୪ ତାରିଖ ଦିନ ଉଦଳା ଥାନା ଅନ୍ତର୍ଗତ କୁଣ୍ଡାବାଇ ଫାଣ୍ଡିରେ କାର୍ଯ୍ୟରତ କନେଷ୍ଟବଳ ଈଶ୍ୱର ଚନ୍ଦ୍ର ମହାନ୍ତ ମଦ ନିଶାରେ ଚୁର୍‌ ହୋଇ ଉଦଳା-କପ୍ତିପଦା ମୁଖ୍ୟ ରାସ୍ତା ପାର୍ଶ୍ୱରେ ଥିବା ମଦ ଦୋକାନ ଆଗରେ ପଡ଼ି ରହିଥିଲେ। ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହେବା ସହିତ ପୁଲିସ ବିଭାଗ ବଦ୍‌ନାମ ହୋଇଥିଲା। ଏହି ଘଟଣାକୁ ଗୁରୁତ୍ବର ସହ ନେଇ କପ୍ତିପଦା ଉପଖଣ୍ଡ ଏସ୍‌ଡିପିଓ ସାର୍ଥକ ରାୟଙ୍କୁ ତଦନ୍ତ ରିପୋର୍ଟ ମାଗିଥିଲେ ଏସ୍‌ପି ଋଷିକେଶ ଦ୍ୟାନଦେଓ ଖିଲାରି। ଉକ୍ତ ରିପୋର୍ଟ ଆଧାରରେ ଶ୍ରୀ ମହାନ୍ତଙ୍କୁ କାର୍ଯ୍ୟରୁ ନିଲମ୍ୱିତ କରାଯାଇଥିବାର ଶ୍ରୀ ରାୟ ସୂଚନା ଦେଇଛନ୍ତି।

Leave A Reply

Your email address will not be published.