ଭିଜିଲାନ୍ସ ଜାଲରେ କଣିହାଁ ଗୋଷ୍ଠୀ ସ୍ବାସ୍ଥ୍ୟ ଅଧିକାରୀ ସୁମନ୍ତ କୁମାର ପଟେଲ। ୪୯୦୦୦ ଲାଞ୍ଚ ନେଲା ବେଳେ ମାଡ଼ିବସିଲା ଭିଜିଲାନ୍ସ। ସୂଚନା ମୁତାବକ ଅନୁଗୁଳ ଜିଲା କଣିହାଁ chc ର ସ୍ବାସ୍ଥ୍ୟ ଅଧିକାରୀ ବିଭିନ୍ନ phc ଓ chc re କାର୍ଯ୍ୟରତ ଥିବା ଡାକ୍ତର ମାନଙ୍କ ର insentive ରିଲିଜ୍ କରିବା ପାଇଁ ୪୯୦୦୦ ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡି ଗିରଫ ହୋଇଛନ୍ତି। ତେବେ ଭିଜିଲାନ୍ସ ଡାକ୍ତର ଙ୍କୁ ଗିରଫ କରି ନେଇ ଯାଇଥିଲେ ମଧ୍ୟ ଭିଜିଲାନ୍ସ ର ଆଉ ଗୋଟିଏ ଗାଡ଼ିକୁ ସ୍ଥାନୀୟ ଲୋକେ ଅଟକାଇ ରଖିଛନ୍ତି। ଆଉ ଜଣେ ଡାକ୍ତର ଙ୍କୁ ଏଠାରେ ନିଯୁକ୍ତି ଦେଲା ପରେ ଯାଇ ତାଙ୍କୁ ଗିରଫ କରାଯାଉ ବୋଲି ଲୋକେ ଜିଦ୍ ରେ ଅଡି ବସିଛନ୍ତି। ଫଳରେ ମେଡିକାଲ ପରିସରରେ ଚାପା ଉତ୍ତେଜନା ଦେଖା ଦେଇଛି।