Webportal

ଭାଇ ଭାଇକୁ ହତ୍ୟା କଲା

0 266

ରାଉରକେଲା ରେ ଭାଇ ହେଲା ଭାଇର ହତ୍ୟାକାରୀ । ବଡ ଭାଇର କଟୁରୀ ଚୋଟରେ ସାନଭାଇର ମୃତ୍ୟୁ ହୋଇଛି । ରାଉକେଲାର ବନ୍ଧମୁଣ୍ଡା ଥାନା ବରକାନି ଅଞ୍ଚଳରେ ଘଟିଛି ଏଭଳି ଅଭାବନୀୟ ଘଟଣା । ହତ୍ୟା ପରେ ବଡ ଭାଇ ଥାନାରେ ଆତ୍ମସମର୍ପଣ କରିଥିବା ଜଣାପଡିଛି । ମରିଥିବା ସାନ ଭାଇ ହେଲେ ସମା ଏକ୍କା । ଖାସି ମାଂସକୁ ନେଇ ଦୁଇ ଭାଇ କକା ଏକ୍କା ଏବଂ ସମା ଏକ୍କା ମଧ୍ୟରେ କଳହ ହୋଇଥିଲା । ଏଥିରେ କକା ଏକ୍କା ଉତ୍ୟକ୍ତ ହୋଇ ସମା ଏକ୍କାଙ୍କୁ କଟୁରୀରେ ଆକ୍ରମଣ କରିଥିଲେ। କିଛି ପୁରୁଣା ପାରିବାରିକ ବିବାଦ ଏହି ହତ୍ୟାର କାରଣ ନା ଏହା ପଛରେ ଆଉ କୌଣସି କାରଣ ରହିଛି ,ପୋଲିସ ହତ୍ୟାକାରୀ ଭାଇ କକା ଏକ୍କାକୁ ଅଟକ ରଖି ଘଟଣାର ତଦନ୍ତ କରୁଛି।

Leave A Reply

Your email address will not be published.