Webportal

ବେଲଜ୍ୟାର ସୀମା ଟପିଲା ରାଜନୀତି:କ୍ଷମତାର ଅପବ୍ୟବହାର କରି ପ୍ରତିଶୋଧ ନେବା ଚେଷ୍ଟା ଗ୍ରହଣୀୟ ନୁହେଁ

0 320

ସମ୍ପ୍ରତି ପ୍ରଧାନମନ୍ତ୍ରୀଙ୍କ ପଶ୍ଚିମବଙ୍ଗ ଗସ୍ତ ସମୟରେ ସେଠାକାର ମୁଖ୍ୟ ଶାସନ ସଚିବ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହିତ ବୈଠକକୁ ବିଳମ୍ବରେ ଆସି ତୁରନ୍ତ ତାଙ୍କ ସହିତ ଚାଲିଯାଇଥିଲେ।ସ୍ୱାଭାବିକ ଭାବରେ ଏହା ମୁଖ୍ୟମନ୍ତ୍ରୀଙ୍କ ସରକାରୀ ଭାବେ ନିର୍ଦେଶ ଥିଲା। ଯଦି କୌଣସି ପ୍ରକାର ଏହା ବେଆଇନ କାର୍ଯ୍ୟ ତେବେ କେନ୍ଦ୍ର ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ ଥିଲା।କିନ୍ତୁ ତୁରନ୍ତ ତାଙ୍କୁ ନୂଆଦିଲ୍ଲୀ ବଦଳି କରାଗଲା।ଯେବେ ସେ ନୂଆଦିଲ୍ଲୀ ନ ଯାଇ ନିଜ ଚାକିରିରୁ ଇସ୍ତଫା ଦେଇଦେଲେ ତା ପରେ ତାଙ୍କୁ କାରଣଦର୍ଶାଅ ନୋଟିସ ଦିଆଗଲା ଯାହାକି ଯଦି ନିୟମ ଅଛି ତେବେ ବଦଳି ପୂର୍ବରୁ ଦିଆଯିବା ଉଚିତ ଥିଲା।କିନ୍ତୁ କେନ୍ଦ୍ର କ୍ଷମତାସୀନ ନେତାମାନେ ମମତା ବାନାର୍ଜୀଙ୍କୁ ନାନା ପ୍ରକାରେ ହଇରାଣ କରି ତାଙ୍କ ମନୋବଳ ଭାଙ୍ଗିବାରେ ବିଫଳ ହେଉଥିବାରୁ ଔଷଧ ବିକଳରେ ତାଟିଆ କାମୁଡିବା ଭଳି ଅଶୋଭନୀୟ ଆଚରଣ ପ୍ରଦର୍ଶନ କରିଛନ୍ତି।ଏଭଳି କାର୍ଯ୍ୟକଳାପ ଗଣତନ୍ତ୍ର ପାଇଁ ଶୁଭ ନୁହେଁ ଏବଂ ଆଦୌ ଗ୍ରହଣୀୟ ନୁହେଁ।ଲୋକଙ୍କୁ ଉତ୍ତମ ଶାସନ ଦେବା ପାଇଁ କ୍ଷମତାସୀନ ନେତା ମାନଙ୍କୁ ନିଜକୁ ଏହିପରି ଚିନ୍ତାଧାରାରୁ ଦୁରେଇ ରଖିବାକୁ ହେବ।

Leave A Reply

Your email address will not be published.