Webportal

ବେପରୁଆ ଗାଡି ଚାଳନା ନେଲା ଆଉ ଏକ ଜୀବନ

0 241

ଅନୁଗୁଳ ଜିଲ୍ଲା ନାଲକୋନଗର ଥାନା ଅନ୍ତର୍ଗତ ସିପିପି ଛକ ଠାରେ ଏକ ଵୋଲେରୋ ଧକ୍କାରେ ଜଣେ ସାଇକେଲ ଚାଳକଙ୍କ ମୃତ୍ୟୁ ହୋଇଛି ।ସୂଚନା ଅନୁଯାୟୀ ,କାଲି ରାତି ପ୍ରାୟ ୯.୩୦ ସମୟରେ ଗାଢ଼ରଖାଇ ଗ୍ରାମର ବନମାଳୀ ବେହେରା ବଅଁରପାଳ ଅଭିମୁଖେ ନିଜ ସାଇକେଲରେ ଯାଉଥିବା ବେଳେ ପଛରୁ ଆସୁଥିବା ଏକ ବୋଲେରୋ ତାଙ୍କୁ  ଧକ୍କା ଦେଇଥିଲା ଓ ସେ ଫୋପାଡ଼ି ହୋଇ ୫୫ ନମ୍ବର ଜାତୀୟ ରାଜପଥ ଉପରେ ପଡି ଯାଇଥିଲେ ।ଘଟଣା ସ୍ଥଳରେ ବନମାଳୀଙ୍କ ପ୍ରାଣ ବାୟୁ ଚାଲିଯାଇଥିଲା। ଖବର ପାଇ ପରିବାର ଲୋକ ଘଟଣା ସ୍ଥଳରେ ପହଞ୍ଚିଥିଲେ । ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇବା ସହ ୫୫ ନମ୍ବର ଜାତୀୟ ରାଜପଥ ଅବରୋଧ ହୋଇଥିଲା। ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଥିଲେ ଓ ତଦନ୍ତ ଆରମ୍ଭ କରିଛନ୍ତି। ସ୍ଥାନୀୟ ଲୋକ ଓ ପରିବାର ପକ୍ଷରୁ ୫୫ ନମ୍ବର ରାଜପଥ ରେ ପରିବାର ପକ୍ଷରୁ ଟାୟାର ଜାଳି ରାସ୍ତାରୋକ କରାଯାଇଥିଲା।

Leave A Reply

Your email address will not be published.