Webportal

ବିଧାନସଭାର ନବନିର୍ବାଚିତ ବିଧାୟକଙ୍କ ପାଇଁ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ବହିଷ୍କାର କରିବାକୁ ବିଜେଡିର ନିଷ୍ପତ୍ତି

ବିଜେପି ଏହାକୁ ଦଳୀୟ କାର୍ଯକ୍ରମ ଭାବୁଥିବା ଅଭିଯୋଗ

0 299

ଓଡିଶା ବିଧାନସଭାକୁ ନବ ନିର୍ବାଚିତ ସଦସ୍ୟ ମାନଙ୍କ ପାଇଁ ରାଜ୍ୟ ସରକାର ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ କରିବା ପାଇଁ ନିର୍ଣ୍ଣୟ ନେଇଛନ୍ତି। କିନ୍ତୁ ଏହି କାର୍ଯ୍ୟକ୍ରମରେ ଓଡ଼ିଶା ବିଧାନସଭାର ସଦସ୍ୟ ନ ଥିବା ବିଜେପି ନେତା ଧର୍ମେନ୍ଦ୍ର ପ୍ରଧାନ ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡା ଯୋଗ ଦେବାକୁ ଥିବାରୁ ବିଜେପି ଏହାକୁ ଏକ ଦଳୀୟ କାର୍ଯ୍ୟକ୍ରମ ଭାବରେ ଦେଖୁଥିବା ଚର୍ଚ୍ଚା ହେଉଛି। ଏହି କାରଣରୁ ରାଜ୍ୟର ମୁଖ୍ୟ ବିରୋଧି ଦଳ ବିଜେଡି ପକ୍ଷତୁ ଉକ୍ତ କାର୍ଯ୍ୟକ୍ରମକୁ ବହିସ୍କାର କରିବାକୁ ନିଷ୍ପତ୍ତି ନିଆ ଯାଇଛି।ନୂଆ ବିଧାୟକମାନଙ୍କ ପାଇଁ ମୋହନ ସରକାର ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଆୟୋଜନ କରିଥିବା ବ‌େଳେ ବିଜୁ ଜନତା ଦଳ (ବିଜେଡି) ଏହାକୁ ପ୍ରତ୍ୟାଖ୍ୟାନ କରିବ ବୋଲି ଜଣାପଡ଼ିଛି। ବିଧାୟକମାନଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ବିଜେଡି ବିଧାୟକମାନେ ଯୋଗ‌େଦେବେ ନାହିଁ ‌ବୋଲି ବିଜେଡି ନେତା ପ୍ରତାପ ଦେବ କହିଛନ୍ତି। ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ବିଜେପି ଦଳୀୟ କାର୍ଯ୍ୟକ୍ରମ ଭଳି ଆୟୋଜନ କରାଯାଉଥିବା ନେଇ ବିଜେଡି ଅଭିଯୋଗ ଆଣିଛି। ସାମ୍ୱାଦିକ ସମ୍ମିଳନୀ କରି ଦଳ ପକ୍ଷରୁ କୁହାଯାଇଛି ଯେ, ଯାହା ପରମ୍ପରା ରହିଛି ତାହାର ବ୍ୟତିକ୍ରମ ଦେଖାଯାଉଛି। ଗୃହର ସଦସ୍ୟ ନଥିବା କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଜେ.ପି ନଡ୍ଡାଙ୍କ ଭଳି ବ୍ୟକ୍ତି ବିଶେଷଙ୍କ ଦ୍ଵାରା ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଉଦଘାଟନ ଓ ଉଦଯାପନ ପରମ୍ପରାର ଭଙ୍ଗ ବୋଲି ଅଭିଯୋଗ କରିଛି ଦଳ। ଏହି କାର୍ଯ୍ୟକ୍ରମର ଉଦଘାଟନ ମୁଖ୍ୟମନ୍ତ୍ରୀ କି ଗୃହର ବାଚସ୍ପତିଙ୍କ ଦ୍ୱାରା କରାଯିବା ଉଚିତ୍ ବୋଲି ଦଳ ପକ୍ଷରୁ କୁହାଯାଇଛି।

Leave A Reply

Your email address will not be published.