Webportal

ବିକଳ ଚିତ୍ର: ଦଉଡି ସାହାଯ୍ୟରେ ଭରା ନଦୀ ପାର୍ ହେଲେ ଗର୍ଭବତୀ

0 115

ଉଛୁଳା ସମାକୋଈ ନଦୀରେ ଗୁରୁତର ଥିବା ଜଣେ ଗର୍ଭବତୀଙ୍କୁ ତେଲକୋଇ ଅଗ୍ନିଶମ ବାହିନୀ ଦଉଡି ସାହାଯ୍ୟରେ ପାରି କରି ମେଡିକାଲକୁ ଆଣିବା ଭଳି ଲକ ଘଟଣା ଏବେ ସାମ୍ନାକୁ ଆସିଛି। ଯାହା ସରକାରଙ୍କ ପରିବା ପଣିଆକୁ ପଦାରେ ପକାଇଛି।

ତେଲକୋଇ ବ୍ଲକ ତାଳପଦା ପଞ୍ଚାୟତର ମୁଣ୍ଡା ସାହିକୁ ରାସ୍ତା ଖଣ୍ଡିଏ ନାହିଁ। ତାଳପଦା ପଞ୍ଚାୟତ ଠାରୁ ମୁଣ୍ଡା ସାହି ମଝିରେ ସମକୋଇ ନଦୀ ପ୍ରବାହିତ ହେଉଛି। କିନ୍ତୁ ପୋଲ ନଥିବାରୁ ବର୍ଷା ଋତୁରେ ମୁଣ୍ଡା ସାହିବାସୀ ଜଳ ବନ୍ଦି ହୋଇ ରହିଥାନ୍ତି। ତେବେ ଗତକାଲି ସନ୍ଧ୍ୟାବେଳେ ମୁଣ୍ଡା ସାହିର କୁମର ମହାରଣାଙ୍କ ୩ମାସର ଗର୍ଭବତୀ ସ୍ତ୍ରୀ ବାସନ୍ତୀ ମହାରଣାଙ୍କ ପେଟରେ ଭୀଷଣ ଯନ୍ତ୍ରଣା ହେଲା। ଯାହାଫଳରେ ଆଜି ସକାଳେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ସାହିରୁ ନଦୀ ପର୍ଯ୍ୟନ୍ତ ସାହି ଲୋକେ ତାଙ୍କୁ ବୋହି ବୋହି ଆଣିଥିଲେ ।

କିନ୍ତୁ ସମକୋଇ ନଦୀରେ ପ୍ରଖର ଜଳସ୍ରୋତ ରହିଥିବାରୁ ଗର୍ଭବତୀ ମହିଳାଙ୍କୁ ନଦୀ ପାର କରିବା ସମ୍ଭବ ହୋଇନଥିଲା। ଖବର ପାଇ ତେଲକୋଇ ଅଗ୍ନିଶମ ବାହିନୀ ପହଞ୍ଚି ଦଉଡି ସାହାଯ୍ୟରେ ଗର୍ଭବତୀ ମହିଳାଙ୍କୁ ନଦୀ ପାର କରି ତେଲକୋଇ ମେଡିକାଲରେ ଭର୍ତି କରିଥିଲେ। ମହିଳାଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କେନ୍ଦୁଝର ସ୍ଥାନାନ୍ତର କରାଯାଇଛି।

Leave A Reply

Your email address will not be published.