Webportal

ବାହାଘରିଆ ଗାଡ଼ିରେ ଆସି ଆୟକର ଟିମ୍‌ ଜବତ କଲେ ୫୮ କୋଟି ନଗଦ ଟଙ୍କା ଓ ୩୨ କିଲୋ ସୁନା

0 211

ଅଗଷ୍ଟ ୧ରୁ ଅଗଷ୍ଟ ୮ ତାରିଖ ପର୍ଯ୍ୟନ୍ତ ଆୟକର ବିଭାଗ ଅଧିକାରୀମାନେ ମହାରାଷ୍ଟ୍ରର ଇସ୍ପାତ, ଲୁଗା ଏବଂ ରିୟଲ୍‌ ଇଷ୍ଟେଟ୍‌ ଡେଭ୍‌ଲପର୍‌ ଆଦି ଶିଳ୍ପପତିଙ୍କ ଘରେ ଚଢ଼ାଉ କରି ୫୮ କୋଟି ନଗଦ ଟଙ୍କା ଏବଂ ୩୨ କିଲୋ ସୁନା ସମତେ ୩୯୦ କୋଟି ଟଙ୍କାର ସମ୍ପତ୍ତି ଜବତ କରିଛନ୍ତି।

ସାଧାରଣରେ ପ୍ରଘଟ ନ ହେବା ପାଇଁ ଆୟକର ବିଭାଗର ନାସିକ ଶାଖାର କର୍ମଚାରୀମାନେ ‘ଦୁଲ୍‌ହନ୍‌ ହମ୍‌ ଲେ ଯାଏଙ୍ଗେ’ ଷ୍ଟିକର୍‌ ଲଗାଯାଇଥିବା ବାହାଘରିଆ କାର୍‌ରେ ଉକ୍ତ ବ୍ୟବସାୟୀଙ୍କ ଘରେ ଚଢ଼ାଉ କରି ଏତେ ପରିମାଣର ଆୟବହିର୍ଭୂତ ସମ୍ପତ୍ତି ଜବତ କରିଛନ୍ତି।

ସୂଚନାଯୋଗ୍ୟ, ଇସ୍ପାତ ଉତ୍ପାଦ ନିମନ୍ତେ ମହାରାଷ୍ଟ୍ରରେ ‘ଜଲ୍‌ନା’ର ପ୍ରସିଦ୍ଧି ରହିଛି। ଜଲ୍‌ନାରେ ଥିବା ୪ଟି ବୃହତ୍‌ ‘ଷ୍ଟିଲ୍‌ ମିଲ୍‌’ କ‌ୋଟି କୋଟି ଟଙ୍କା ଉପାର୍ଜନ କରିଥିଲେ। ଉପାର୍ଜିତ ଅର୍ଥକୁ ରେକର୍ଡକୁ ନ ଆଣି ଲୁଚାଇ ରଖିଥିଲେ। ସେଥିପାଇଁ ଆୟକାର ବିଭାଗ ଗୁପ୍ତରେ ଏହି ଇସ୍ପାତ ଉତ୍ପାଦନକାରୀଙ୍କର କାରଖାନା, ବାସଭବନ, ଫାର୍ମହାଉସ୍‌ ଏବଂ କାର୍ଯ୍ୟାଳୟ ଉପରେ ଚଢ଼ାଉ କରିଥିଲେ।

ଲୋକଙ୍କ ସନ୍ଦେହରୁ ବର୍ତ୍ତିବା ନିମନ୍ତେ ଆୟକର ବିଭାଗ କର୍ମଚାରୀମାନଙ୍କ ମଧ୍ୟରୁ ଜଣେ ଅଧିକାରୀଙ୍କୁ ବରବେଶରେ ସଜବାଜ କରାଯାଇଥିଲା।

Leave A Reply

Your email address will not be published.