Webportal

ବଜ୍ରପାତରେ ମୃତ୍ୟୁ

0 271

ଅନୁଗୁୁଳ ଜିଲ୍ଲା ଛେଣ୍ଡିପଦା ଥାନା ଟାଙ୍ଗୀରୀ ପଞ୍ଚାୟତ ବାରମଞ୍ଚା ବାହାଳସାହି ଗ୍ରାମରେ ସୋମବାର ଅପରାହ୍ନ ପ୍ରାୟ ୫ ଟା ବେଳେ ଘଡଘଡି ସହ ବୃଷ୍ଟିପାତ ହୋଇଥିଲା ।ଏହି ସମୟରେ ବାଟରେ ଚାଲି ଚାଲି ଯାଉଥିବା ବେଳେ ଆକସ୍ମିକ ଭାବେ ବଜ୍ରପାତ ଘଟିଥିଲା ।ଏହି ବଜ୍ରପାତରେ ସତ୍ୟଭାମା ସାହୁ (୫୦)ଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା ।ଏ ନେଇ ସ୍ଥାନୀୟ ପୋଲିସ ବିଭାଗ ଏବଂ ଛେଣ୍ଡିପଦା ରାଜସ୍ବ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ ଅଧିକାରୀଙ୍କୁ ମୃତକଙ୍କ ପରିବାର ଲୋକେ ଲିଖିତ ଭାବେ ଜଣାଇଛନ୍ତି ।ଖବରପାଇ ପୋଲିସ କର୍ମଚାରୀ ମାନେ ଘଟଣାସ୍ଥଳକୁ ପହଞ୍ଚି ମୃତକଙ୍କ ଶବକୁ ଜବତ କରିବା ସହ ବ୍ୟବଛେଦ ସକାଶେ ଛେଣ୍ଡିପଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଯାଇଛି ।ଏ ନେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି ଏବଂ ତଦନ୍ତ ଜାରୀ ରହିଛି ।ତେବେ ସରକାର ତଥା ଜିଲ୍ଲା ପ୍ରଶାସନ ପକ୍ଷରୁ ମୃତକଙ୍କ ପରିବାର ଲୋକଙ୍କୁ ଆବଶ୍ୟକ ସରକାରୀ ସହାୟତା ପ୍ରଦାନ କରିବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି ।ଏ ନେଇ ଗ୍ରାମରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଛି ।

Leave A Reply

Your email address will not be published.