Webportal

ପୋଲିସ ଷ୍ଟେସନ ଭିତରକୁ ସର୍ବସାଧାରଣ ପ୍ରବେଶ ଉପରେ ଲାଗିଲା ରୋକ:କରୋନା ସଂକ୍ରମଣ ଆଶଙ୍କାରେ ଲାଗିଲା କଟକଣା

0 327

ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ କରୋନା ମହାମାରୀ ଦାଉରୁ ପୋଲିସ କର୍ମଚାରୀ ମାନଙ୍କୁ ରକ୍ଷା କରିବା ପାଇଁ ଏକ ଦିଶାନିର୍ଦେଶ ଜାରି କରିଛନ୍ତି।

ଅଭିଯୋଗକାରୀ ଏବେ ଥାନା ଭିତରକୁ ଯିବା ମନା।ଥାନାର ମୁଖ୍ୟ ବିଲଡିଂ ବାହାରେ ଅଭ୍ୟର୍ଥନା ଡେସ୍କ ରହିବ ଓ ଫୋନ ଦ୍ୱାରା ଅଭିଯୋଗ ଗ୍ରହଣ ଉପରେ ଜୋର ଦିଆଯିବ ଯା ଦ୍ବାରା ଥାନାକୁ ଅଭିଯୋଗକାରୀଙ୍କ ଆସିବା କମି ପାରିବ।

ଏହି ନିଷ୍ପତ୍ତି ରାଜ୍ୟରେ ପୋଲିସ ମାନେ ଆକ୍ରାନ୍ତ ହେଉଥିବାରୁ ପ୍ରତିଷେଧମୂଳକ ପଦକ୍ଷେପ ସ୍ୱରୂପ ନିଆଯାଇଛି।

ଅଭିଯୋଗ ଗ୍ରହଣ ସମୟରେ ସାମାଜିକ ଦୂରତ୍ୱ, ସାନିଟାଇଜର,ମାସ୍କ ପିନ୍ଧିବା, ଅଭ୍ୟର୍ଥନା ସ୍ଥଳ ନିୟମିତ ବିଶୋଧନ ହେବା, ସଫାସୁତୁରା ଆଦି ଉପରେ ଗୁରୁତ୍ୱ ଦିଆଯିବ।

ଥାନା ଓ ଏସ୍ପି ଅଫିସ ବାହାରେ ଅଭିଯୋଗ ବାକ୍ସ ରଖାଯିବା ସହ ଗୁରୁତ୍ୱପୂର୍ଣ୍ଣ ଫୋନ ନମ୍ବର ଗୁଡିକର ସୂଚନା ରହିବ।ବିଭିନ୍ନ ସୋସିଆଲ ମିଡିଆ ପ୍ଲାଟଫର୍ମ ଜରିଆରେ ମଧ୍ୟ ଅଭିଯୋଗ ଶୁଣିବା ପାଇଁ କୁହାଯାଇଛି।

Leave A Reply

Your email address will not be published.