Webportal

ପୁରୀ ମରିଚିକୋଟ ଲକ୍ଷ୍ମୀ ମାର୍କେଟ କ‌ମ୍ପ୍ଲେକ୍ସରେ ଭୟାବହ ଅଗ୍ନିକାଣ୍ଡ

ନିଆଁ ଲିଭାଇବାକୁ ଯାଇ ଅଣନିଶ୍ୱାସୀ ହେଲେ ୫ରୁ ଊର୍ଦ୍ଧ୍ବ ଅଗ୍ନିଶମ କର୍ମଚାରୀ

0 236

ପୁରୀ ଟାଉନ୍‌ ଥାନା ମରିଚିକୋଟ ଛକ ନିକଟ ଲକ୍ଷ୍ମୀ ମାର୍କେଟ କ‌ମ୍ପ୍ଲେକ୍ସରେ ଭୟାବହ ଅଗ୍ନିକାଣ୍ଡ। ଆଜି ସନ୍ଧ୍ୟା ସମୟରେ ଏହି ଭୟାବହ ଅଗ୍ନିକାଣ୍ଡଦେଖିବାକୁ ମିଳିଛି। ମାର୍କେଟ ପରିସରରେ ନିଆଁ ଲାଗିବା କାରଣରୁ ଅନେକଗୁଡ଼ିଏ ଦୋକାନକୁ କ୍ଷତିଗ୍ରସ୍ତ ହୋଇଛି। ନିଆଁର ସଂସ୍ପର୍ଶରେ ଆସି ଅଣନିଶ୍ବାସୀ ହୋଇଛନ୍ତି ୫ରୁ ଊର୍ଦ୍ଧ୍ବ ଅଗ୍ନିଶମ କର୍ମଚାରୀ। ସେମାନଙ୍କୁ ପୁରୀ ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି।

ସୂଚନା ଅନୁସାରେ, ଆଜି ରାତି ପ୍ରାୟ ସାଢ଼େ ୮ଟାରେ ବଡଦାଣ୍ଡ ପାର୍ଶ୍ବରେ ଥିବା ସମ୍ରାଟ ମାର୍କେଟ କମ୍ପ୍ଲେକ୍ସରେ ଭୟାବହ ଅଗ୍ନିକାଣ୍ଡ ହୋଇଥିଲା। ନିଆଁ ଗୋଟିଏ ପରେ ଗୋଟିଏ ଦୋକାନକୁ ବ୍ୟାପିଥିଲା। ଅଳ୍ପ ସମୟ ମଧ୍ୟରେ ଏହା ଭୟଙ୍କର ରୂପ ନେଇଥିଲା। ସ୍ଥାନୀୟ ଲୋକଙ୍କ ଠାରୁ ସୂଚନା ପାଇ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚିଛନ୍ତି। ତେବେ ରିପୋର୍ଟ ଲେଖାଯିବା ବେଳକୁ ନିଆଁ ସଂପୂର୍ଣ୍ଣ ରୂପେ ଆୟତ୍ତ ହୋଇପାରି ନାହିଁ।

Leave A Reply

Your email address will not be published.