ଅନୁଗୁଳ ଜିଲ୍ଲା ଅନୁଗୁଳ ବନାଞ୍ଚଳ ଅଧୀନସ୍ଥ ମୂଷାପାପୁଲି ଗାଁରେ ହାତୀ ଆକ୍ରମଣରେ ବୃଦ୍ଧ ମୃତ। ମୃତକ ହେଲେ ଗନ୍ଧର୍ବ ସାହୁ, ବୟସ ୬୫ ବର୍ଷ ହେବ। ଆଜି ସକାଳ ସାଢ଼େ ୬ଟା ବେଳେ ଗନ୍ଧର୍ବ ଗାଁ ପାଖ ଜଙ୍ଗଲକୁ ଯାଇଥିବା ବେଳେ ତାଙ୍କୁ ହାତୀ ଆକ୍ରମଣ କରିଥିଲେ। ହାତୀ ତାଙ୍କ ମୁଣ୍ଡକୁ ଦଳି ଦେଇଥିଲା। ଘଟଣା ସ୍ଥଳରେ ହିଁ ଗନ୍ଧର୍ବଙ୍କ ମୃତ୍ୟୁ ହୋଇଛି। ଗାଁ ଲୋକେ ବନ ବିଭାଗକୁ ଖବର ଦେଇଛନ୍ତି। ବନ ବିଭାଗ ଟିମ ପହଞ୍ଚିବା ପରେ ମୃତ ଶରୀରକୁ ଡାକ୍ତରଖାନା ନେଇ ପୋଷ୍ଟମର୍ଟମ କରାଯିବ ବୋଲି ସୂଚନା ମିଳିଛି।