Webportal

ପୁନର୍ବାର ଚଢ଼ାଉ ଓ ଜୋରିମାନାରେ କାମ ଶେଷ; ଭବିଷ୍ୟତରେ ଖାଦ୍ୟର ମାନର ଗ୍ୟାରେଣ୍ଟି କଣ?

0 164

ଆଜି ବଅଁରପାଳ ତହସିଲଦାର ଜିତେନ୍ଦ୍ର କୁମାର ସାହୁ ମାଜିଷ୍ଟ୍ରେଟ ଭାବେ ଉପସ୍ଥିତ ରହି ନାଲକୋ ଅଞ୍ଚଳରେ ବିଭିନ୍ନ ଦୋକାନ ରେ ଜୋରଜାର ଚଢାଉ କରିଛନ୍ତି। ସୂଚନା ମୁତାବକ କୁଲାଡ଼ ଅଞ୍ଚଳରେ ଥିବା ଗୌରୀ ହୋଟେଲ ରେ ଆଜି ପୂର୍ବାହ୍ନରେ ରେ ଚଢାଉ ହୋଇଥିଲା। ଖାଦ୍ୟର ମାନ ନିମ୍ନ ଧରଣର ତା ସହ ତେଲ ଭେଜାଲ ଥିଲା। ଫୁଡ୍ ଇନ୍ସପେକ୍ଟର ହରପ୍ରିୟା ବେହେରା ଖାଦ୍ୟ ଯାଞ୍ଚ କରିଥିଲେ। ଫଳରେ ୧୫ ହଜାର ଟଙ୍କା ଗୌରୀ ମାଲିକ ଜୋରିମାନା ଗଣିଥିଲେ। ସେହିପରି ରସରାଜ ମିଠା ଦୋକାନ ର କାରଖାନାରେ ଚଢାଉ ହୋଇଥିଲା । ଏହା ଗନ୍ଧ ମୟ ଏବଂ ଆବର୍ଜନା ଥିବା କାରଣରୁ ୨୦ ହାଜର ଟଙ୍କା ଜୋରିମାନା ଗଣିଥିଲେ। ଏହି ଚଢାଉ ରେ ଜିଲ୍ଲା ପ୍ରଶାସନ ର ଅଧିକାରୀ, ନାଲକୋ ପୋଲିସ ଆଦି  ସାମିଲ ହୋଇଥିଲେ ।

Leave A Reply

Your email address will not be published.