Webportal

ପାଣି ପଞ୍ଚାୟତ ପକ୍ଷ ପାଳନ ନିମନ୍ତେ ବାହାରିଲା ସଚେତନତା ରଥ

ଚଳିତ ମାସ ୩୦ ତାରିଖ ପର୍ଯ୍ୟନ୍ତ ଜିଲ୍ଲାର ବିଭିନ୍ନ ଅଞ୍ଚଳ ପରିକ୍ରମା

0 321

ଅନୁଗୁଳ ଜଳସେଚନ ବିଭାଗ ଦ୍ୱାରା ପାଣି ପଞ୍ଚାୟତ ପକ୍ଷ ପାଳନ ଅବସରରେ ଜିଲ୍ଲା କାର୍ଯ୍ୟାଳୟ ପରିସରରୁ ଆଜି ୨ଟି ସଚେତନତା ରଥ ବାହାରିଛି।ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଶ୍ରୀ ମନୋଜ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଆନୁଷ୍ଠାନିକ ଭାବେ ଏହାର ଶୁଭାରମ୍ଭ କରିଛନ୍ତି।ଜିଲ୍ଲାରେ ପାଣି ପଞ୍ଚାୟତ ଗୁଡିକର ଜଳସେଚନ ବ୍ୟବସ୍ଥାକୁ ବ୍ୟାପକ କରିବା ସହ ଚାଷ ଓ ଚାଷୀର ଉନ୍ନତି କଳ୍ପେ ବିଭିନ୍ନ ଜନସଚେତନତା ବାର୍ତା ସହ ଏହି ରଥ ସମସ୍ତ ବ୍ଲକ ଅଞ୍ଚଳ ପରିକ୍ରମା କରିବ।ଆଜିଠାରୁ ୩୦ ତାରିଖ ପର୍ଯ୍ୟନ୍ତ ପାଳନ ହେଉଥିବା ପାଣି ପଞ୍ଚାୟତ ପକ୍ଷ ଅବସରରେ ଏହି ରଥ ମାଧ୍ୟମରେ ଜଳସେଚନ, ଜଳ ସରଂକ୍ଷଣ ଓ ଏହାର ସଠିକ ବ୍ୟବହାର ସମ୍ପର୍କରେ ବାର୍ତା ଚାଷୀମାନଙ୍କ ନିକଟରେ ପହଞ୍ଚିବ।ଜଳସେଚନ ବିଭାଗର ଜିଲ୍ଲାସ୍ତରୀୟ ସମାବେଶ ଚଳିତ ମାସ ୨୪ ତାରିଖରେ କୁମଣ୍ଡ ଠାରେ ଥିବା ପାଣି ପଞ୍ଚାୟତ ଶୀର୍ଷ କମିଟି ଗୃହରେ ଅନୁଷ୍ଠିତ ହେବ।

Leave A Reply

Your email address will not be published.