Webportal

ପରୀକ୍ଷା ପୂର୍ବରୁ ଲିକ୍ ହେଲା ପ୍ରଶ୍ନପତ୍ର

0 116

ପରୀକ୍ଷା ପ୍ରଶ୍ନ ପତ୍ର ଲିକ୍‌ । ସମ୍ବଲପୁର ବିଶ୍ୱବିଦ୍ୟାଳୟରୁ ଆସିଛି ଏହି ଅଭିଯୋଗ। ଜୁଲାଇ ୧୨ରୁ ପରୀକ୍ଷା ଆରମ୍ଭ ହୋଇଥିବାବେଳେ ପଦାର୍ଥବିଜ୍ଞାନ ଓ ଶିକ୍ଷା ଅନର୍ସର ପୂର୍ବରୁ ଗୋଟିଏ ଗୋଟିଏ ପେପର ପରୀକ୍ଷା ସରିଛି। ଆଉ ପ୍ରତ୍ଯେକ ବିଷୟରେ ୨ଟି ଲେଖାଏଁ ହିସାବରେ ୪ଟି ପେପରର ପରୀକ୍ଷା ବାକି ରହିଛି। ହେଲେ ଆଜି ଠାରୁ ସାମାଜିକ ଗଣମାଧ୍ଯମରେ ପରୀକ୍ଷା ପ୍ରଶ୍ନ ପତ୍ର ଲିକ୍ ହୋଇଛି।

ଯାହା ଆସନ୍ତାକାଲି ପରୀକ୍ଷା ହେବାକୁ ଥିବା ବିଷୟର ବୋଲି ଚର୍ଚ୍ଚା ଜୋର ଧରିଛି। ପୂର୍ବରୁ ମଧ୍ୟ ହୋଇଥିବ ପରୀକ୍ଷାର ପ୍ରଶ୍ନପତ୍ର ଲିକ୍ ହୋଇଥିଲା, ହେଲେ ତାହା ଅସଲି ପ୍ରଶ୍ନପତ୍ର ବୋଲି ଗତକାଲି ପରୀକ୍ଷା ସରିଲା ପରେ ଜଣାପଡିଛି।

କିନ୍ତୁ ଆଶ୍ଚର୍ଯ୍ୟ କଥା ହେଉଛି ସମ୍ବଲପୁର ବିଶ୍ବବିଦ୍ଯାଳୟର କୂଳପତି ଏବିଷୟରେ କିଛି ଜାଣିନାହାନ୍ତି ବୋଲି କହିଛନ୍ତି। ଏହି ପ୍ରଶ୍ନ ପତ୍ର ଗ୍ରାଜୁଏସନ ତୃତୀୟ ବର୍ଷ ଷଷ୍ଠ ସେମିଷ୍ଟାର୍‌ର ବୋଲି ଜଣାପଡିଛି ।

Leave A Reply

Your email address will not be published.