Webportal

ପରୀକ୍ଷା ଦେଇପାରିବେ ନାହିଁ ୭ହଜାର ଓଡିଶା ସିଭିଲ ସର୍ଭିସ ଆଶାୟୀ

0 164

ଓଡିଶା ସିଭିଲ ସର୍ଭିସ ପାଇଁ ଆଶାୟୀ ଥିବା ୭ ହଜାର ୩୯ ଜଣ ଛାତ୍ର ଛାତ୍ରୀ ପ୍ରିଲିମ ପରୀକ୍ଷା ଦେଇପାରିବେ ନାହିଁ । ଆଶାୟୀଙ୍କ ଛୋଟିଆ ଭୁଲ୍ ପାଇଁ ସେମାନଙ୍କ ଆବେଦନକୁ ନାକଚ କରିଦେଇଛି ଓଡିଶା ପବ୍ଲିକ୍ ସର୍ଭିସ କମିଶନ ବା ଓପିଏସ୍‌ସି । ଦରଖାସ୍ତ ନାକଚ୍‌ର କାରଣ ମଧ୍ୟ ଉଲ୍ଲେଖ କରିଛନ୍ତି କମିଶନ । ଆବେଦନରେ ତ୍ରୁଟି ଯୋଗୁଁ ଏକକାଳୀନ ଏତେ ସଂଖ୍ୟକ ଆବେଦନକାରୀଙ୍କ ଦରଖାସ୍ତ ନାକଚ ହୋଇଥିବା ଓପିଏସ୍‌ସି କହିଛି।ଯାହାକୁ ନେଇ ବର୍ତ୍ତମାନ ବିଭିନ୍ନ ମହଲରେ ପ୍ରଶ୍ନ ଉଠିଛି ।

ତେବେ ନାକଚ୍ ଲାଗି କମିଶନ ନିଜ ୱେବସାଇଟ୍‌ରେ ଦର୍ଶାଇଛନ୍ତି ବିଭିନ୍ନ କାରଣ। ସେଗୁଡିକ ମଧ୍ୟରେ ରହିଛି; ବ୍ୟକ୍ତିଗତ ବିବରଣୀ ନଦେବା, ଠିକଣା ବିବରଣୀ ନଦେବା, ଫିଜିକାଲ ମେଜରମେଣ୍ଟ, ଶିକ୍ଷାଗତ ଯୋଗ୍ୟତା ବିବରଣୀ ନଥିବା ଓ ଆବଶ୍ୟକୀୟ ଫି ଡିପୋଜିଟ୍ ନକରିବା । କିଛି ଛାତ୍ରଛାତ୍ରୀ ଅଭିଯୋଗ ଆଣିଛନ୍ତି ଯେ, ଚଳିତ ବର୍ଷ ଫର୍ମଫିଲଅପ୍ ବେଳେ ୱେବସାଇଟ୍‌ରେ ସାର୍ଟିଫିକେଟ୍ ଅପଲୋଡ୍ ପାଇଁ ବହୁତ ସମୟ ଲାଗୁଥିଲା, ଏଥିପାଇଁ ସେମାନଙ୍କୁ ଘଣ୍ଟା ଘଣ୍ଟା ଧିର ଅପେକ୍ଷା କରିବାକୁ ପଡୁଥିଲା। ତେବେ ପ୍ରଥମ ଥର ପାଇଁ ଆବେଦନ କରୁଥିବା ଆଶାୟୀ ଏହା ଦ୍ୱାରା ବିଶେଷ ପ୍ରଭାବିତ ହୋଇଛନ୍ତି ।

Leave A Reply

Your email address will not be published.