Webportal

ନିଶାର ପରିଣାମ, ଯୁବକ କଲା ଆତ୍ମହତ୍ୟା ଉଦ୍ୟମ

ଅବସ୍ଥା ଗୁରୁତର

0 295

ଗଞ୍ଜେଇ ଟାଣିବାକୁ ନିଜ ସାଙ୍ଗ ବାରଣ କରିବାରୁ ଉତକ୍ଷିପ୍ତ ହୋଇ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଆତ୍ମହତ୍ୟା ଉଦ୍ୟମ କରି ଯୁବକ ଗୁରୁତର ଅବସ୍ଥାରେ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛି। ଏଭଳି ଘଟଣା ଘଟିଛି ଅନୁଗୁଳ ଜିଲ୍ଲାର ନାଲକୋନଗର ସିପିପି ଅଞ୍ଚଳରେ। ଅଙ୍ଗାରବନ୍ଧ ଗାଁର ମୁନା ଗୋଛାୟତ ନାମକ ଜଣେ ଯୁବକ ସିପିପି ଅଞ୍ଚଳର ଏକ କବାଡି ଦୋକାନରେ କାମ କରନ୍ତି । ମୁନା ଅନେକ ସମୟରେ ଗଞ୍ଜେଇ ଟାଣନ୍ତି । ଏଥିପାଇଁ ଆଜି ମୁନାର ଜଣେ ସହଯୋଗୀ ଗଞ୍ଜେଇ ଟାଣିବାକୁ ବାରଣ କରିଥିଲେ । ହେଲେ ସାଙ୍ଗର ଏହି ବାରଣକୁ ମୁନା ନିଶା କିମ୍ବା ଅନ୍ୟ କୌଣସି କାରଣରୁ ସହ୍ୟ କରି ନ ପାରି ହଠାତ ସେ ନିଜ ଦେହରେ ପେଟ୍ରୋଲ ଢାଳି ହୋଇ ନିଆଁ ଲଗାଇ ଦେଇଥିଲେ । ମୁନାଙ୍କ ସହଯୋଗୀ ଓ ଅନ୍ୟମାନେ ମୁନା ଶରୀରରେ ଲାଗିଥିବା ନିଆଁକୁ ଆୟତ୍ତ କରିବା ସହ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ମୁନାଙ୍କର ୪୦-୫୦ ପ୍ରତିଶତ ଶରୀର ପୋଡି ଯାଇଥିବା ଯୋଗୁଁ ତାଙ୍କ ଅବସ୍ଥା ସଙ୍କଟାପର୍ଣ୍ଣ ରହିଛି।

Leave A Reply

Your email address will not be published.