Webportal

ନାଳକୋନଗରରେ ଅନୁଷ୍ଠିତ ହେଉଛି ପ୍ରସିଦ୍ଧ ବିଶ୍ୱକର୍ମା ପୂଜା

0 238

ପ୍ରତ୍ୟେକ ବର୍ଷଭଳି ଏ ବର୍ଷ ମଧ୍ୟ ଅନୁଗୁଳ ଜିଲ୍ଲା ନାଲକୋନଗର ରେ ବିଶ୍ୱ ପ୍ରସିଦ୍ଧ ବିଶ୍ୱକର୍ମା ପୂଜା ଅନୁଷ୍ଠିତ ହେଉଛି। ସୁନ୍ଦର ତ୍ୱରଣ ସାଙ୍ଗକୁ ସୁସଜ୍ଜିତ ଆଲୋକ ମାଳାରେ ଚଳ ଚଞ୍ଚଳ ସମ୍ପୂର୍ଣ୍ଣ ଅଞ୍ଚଳ। ଋବେଦ’ରେ ତାଙ୍କର ମହିମା ବଣ୍ଡିତ । କେତେକ ପୁରାଣରେ ଦୃଷ୍ଟାଙ୍କୁ ତାଙ୍କର ଅବତାର ଭାବେ ବର୍ଣ୍ଣନା କରାଯାଇଛି। ପ୍ରଭୁ ରାମଚନ୍ଦ୍ରଙ୍କ ବାନର ସେନାରେ ସାମିଲ ଥିବା ନଳ ବାନର, ବିଶ୍ଵକର୍ମାଙ୍କ ଅଂଶାବତାରା ସେ ସମୁଦ୍ର ଉପରେ ସେତୁ ନିର୍ମାଣରେ, ପ୍ରଭୁଙ୍କ ସହାୟତା କରିଥିଲେ। ଆନ୍ଧ୍ର ପ୍ରଦେଶର ମଛଲୀପଟ୍ଟନମ ରେ ବିଶ୍ଵକର୍ମାଙ୍କୁ ସମର୍ପିତ ପ୍ରସିଦ୍ଧ ପ୍ରାଚୀନ ମନ୍ଦିର ଅବସ୍ଥିତ । ନାଲକୋ ରେ ପ୍ରାୟ ୨୩ ଟି ମେଢ଼ ରେ ପୂଜା ପାଉଛନ୍ତି ଦେବଶିଳ୍ପୀ ବିଶ୍ୱକର୍ମା। ଏହି ପୂଜା ଦୀର୍ଘ ସାତ ଦିନ ବ୍ୟାପୀ ଅନୁଷ୍ଠିତ ହେବ। ଓରମାସ ତରଫରୁ ସ୍ଥାନୀୟ ଜଗନ୍ନାଥ ମନ୍ଦିର ନିକଟରେ ପଲିଶ୍ରୀ ମେଳା ଅନୁଷ୍ଠିତ ହେଉଅଛି।

Leave A Reply

Your email address will not be published.