Webportal

ଦୁସ୍କର୍ମ ମାମଲା: ପୂର୍ବତନ ମନ୍ତ୍ରୀ ତଥା ଟାଣୁଆ ବିଜେପି ନେତା ଶାହାନୱାଜ ହୁସେନଙ୍କ ବଢ଼ିଲା ଅଡ଼ୁଆ

କ୍ଷମାଦେବାକୁ ମନାକଲେ ହାଇକୋର୍ଟ

0 75

ପୂର୍ବତନ ବେସାମରିକ ବିମାନ ଉଡ଼ାଣ ଓ ବୟନଶିଳ୍ପ ମନ୍ତ୍ରୀ ଶାହାନୱାଜ ହୁସେନଙ୍କ ବଢ଼ିଛି ଅଡ଼ୁଆ। ଭାରତୀୟ ଜନତା ପାର୍ଟିର ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶାହାନୱାଜ ହୁସେନଙ୍କୁ ଏକ ଦୁସ୍କର୍ମ ମାମଲାରେ ଛନ୍ଦି ହୋଇଛନ୍ତି । ସେପଟେ ଏହି ମାମଲାକୁ ନେଇ ଦିଲ୍ଲୀ ହାଇକୋର୍ଟ କ୍ଷମା ଦେବାକୁ ମନା କରିଛନ୍ତି।

ତଳ ଅଦାଲତ ଦିଲ୍ଲୀ ପୋଲିସକୁ ହୁସେନଙ୍କ ବିରୋଧରେ ଏକ ଦୁସ୍କର୍ମ ଅଭିଯୋଗରେ ମାମଲା ରୁଜୁ କରିବାରୁ ଆଦେଶ ଦେଇଥିଲା ଯାହାକୁ ବର୍ତମାନ ପାଇଁ ହାଇକୋର୍ଟ ସ୍ତଗିତ ରଖିଛନ୍ତି।। ଏହାସହିତ ସହିତ ୩ ମାସ ମଧ୍ୟରେ ତଦନ୍ତ କୋର୍ଟରେ ରିପୋର୍ଟ ଦାଖଲ କରିବାକୁ କହିଛନ୍ତି। ଏହି ସମୟ ଭିତରେ ହୁସେନଙ୍କୁ ମଧ୍ୟ ପକ୍ଷ ରଖିବାକୁ କୁହାଯାଇଛି।

ସୂଚନାଯୋଗ୍ୟ, ୨୦୧୮ ରେ ପୂର୍ବତନ କେନ୍ଦ୍ର ବେସାମରିକ ବିମାନ ଉଡ଼ାଣ ଓ ବୟନଶିଳ୍ପ ମନ୍ତ୍ରୀଙ୍କ ଉପରେ ଦୁସ୍କର୍ମ ଅଭିଯୋଗ ଆସିଥିଲା।

ବିଚାରପତି ଆଶା ମେନନ ଧାରା ୧୭୩ ଧାରା ଅଧୀନରେ ଏହି ମାମଲାର ଯାଞ୍ଚ କରି ୩ ମାସ ମଧ୍ୟରେ ତଦନ୍ତ ରିପୋର୍ଟ ଦାଖଲ କରିବାକୁ କହିଛନ୍ତି। ସେ ଆହୁରି କହିଛନ୍ତି ୨୦୧୮ର ଏହି ଅଭିଯୋଗରେ କଣ ପାଇଁ ଏତଲା ରୁଜୁ ହୋଇନାହିଁ ସେଥିପାଇଁ ତାହା ବୁଝାଇବା ପାଇଁ ଅନେକ କାରଣ ରହିଛି।

ନ୍ୟାୟଳୟ କହିଛନ୍ତିଯେ ପୋଲିସ ହୁସେନଙ୍କ ବିରୋଧରେ ଏତଲା ରୁଜୁ କରିବା ପାଇଁ ଅନିଚ୍ଛା ପ୍ରକାଶ କରୁଛି। ଏତଲା ଅଭାବରେ ପୋଲିସ କେବଳ ପ୍ରାରମ୍ଭିକ ତଦନ୍ତ କରିପାରିବ। ଏହି ଅଭିଯୋଗକୁ ନେଇ ପୋଲିସର ମନୋଭାବ ଉପରେ ମଧ୍ୟ କୋର୍ଟ ପ୍ରଶ୍ନ କରିଛନ୍ତି। ତଳ କୋର୍ଟରେ ହୋଇଥିବା ଦୁସ୍କର୍ମମାମଲାକୁ ଭିତ୍ତିହୀନ ଦର୍ଶାଇ ହୁସେନ ଆବେଦନ କରିଥିବା ଯାଚିକାକୁ ଦିଲ୍ଲୀ ହାଇକୋର୍ଟ ଖାରଜ କରିଛନ୍ତି।

Leave A Reply

Your email address will not be published.