Webportal

ଦୁର୍ବୃତ୍ତଙ୍କ ଆକ୍ରମଣରେ ଶିଶୁ କଲ୍ୟାଣ କମିଟି ସଦସ୍ୟଙ୍କ ମୃତ୍ୟୁ

0 303

ଦୁର୍ବୃତ୍ତଙ୍କ ଆକ୍ରମଣରେ ଶିଶୁ କଲ୍ୟାଣ କମିଟି ସଦସ୍ୟଙ୍କ ମୃତ୍ୟୁ ଘଟିଛି। ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ଗୋଶାଣୀ ନୂଆଁ ଗାଁ ଥାନା ଅନ୍ତର୍ଗତ ବିଜିପୁର ନୀଳକଣ୍ଠ ନଗରରେ। ମୃତ ମହିଳା ଜଣଙ୍କ ହେଲେ ସୌଦାମିନୀ ରଥ।ସୌଦାମିନୀ ଘରେ ଏକୁଟିଆ ରହୁଥିଲେ। ଗତକାଲି ରାତିରେ ସୌଦାମିନୀ ନିଜ ଘରେ ଫୋନରେ କଥା ହେଉଥିଲେ। ଏହି ସମୟରେ କେହି ଦୁର୍ବୃତ୍ତ ଆସି ତାଙ୍କୁ ମୁଣ୍ଡକୁ ଏକ ବାଡ଼ିରେ ପିଟି ଦେଇଥିଲା। ସୌଦାମିନୀ ଜୋରରେ ଚିତ୍କାର କରିଥିଲେ। ସୌଦାମିନୀ ଯେଉଁ ବ୍ୟକ୍ତି ସହ ଫୋନରେ କଥା ହେଉଥିଲେ ସେ ଘଟଣାସମ୍ପର୍କରେ ପରିବାର ଲୋକଙ୍କୁ ଜଣାଇଥିଲେ। ସୌଦାମିନୀ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ପଡ଼ିଥିବା ପରିବାର ଲୋକେ ଆସି ଦେଖିଥିଲେ। ତୁରନ୍ତ ତାଙ୍କୁ ଡାକ୍ତରଖାନା ନେଇଯାଇଥିଲେ। ସେଠାରେ ଡାକ୍ତର ସୌଦାମିନୀଙ୍କୁ ମୃତ ଘୋଷଣା କରିଥିଲେ।

Leave A Reply

Your email address will not be published.