Webportal

ଡକାୟତି ଯୋଜନା ସମୟରେ ଗିରଫ

0 319

ଅନୁଗୁଳ ପୋଲିସର ଏସ ଆଇ ସତ୍ୟ ନାରାୟଣ ଲେଙ୍କା ଓ ଏସ ରୋୟ ଅନ୍ୟ ପୋଲିସ କର୍ମଚାରୀ ମାନଙ୍କ ସହ ଗତ ରାତିରେ ପେଟ୍ରୋଲିଂ କରୁଥିବା ସମୟରେ ରାତି ପ୍ରାୟ ଦୁଇଟା ସମୟରେ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ସହରର ହେମସୁରପଡା ଅଞ୍ଚଳରେ ପାଞ୍ଚ ରୁ ଛଅ ଜଣ ଡକାୟତି ଯୋଜନା କରୁଥିବା ସମୟରେ ଚଢ଼ାଉ କରିଥିଲେ ଓ ଚାରି ଜଣଙ୍କୁ ଗିରଫ କରିବାକୁ ସଫଳ ହୋଇଥିବା ବେଳେ ଜଣେ ଖସି ପଳେଇବାରେ ସଫଳ ହୋଇ ଯାଇଥିଲା।ଅଭିଯୁକ୍ତ ଅଶୋକ ଅମାନ୍ତ ପାଖରୁ ଏଆର ପିସ୍ତଲ ଓ ସୋନୁ ଜେନା ନିକଟରୁ ତିନିଟା କ୍ୟାଟରିଜ ସହିତ ଗୋଟେ ରାଇଫଲ ଜବତ କରାଯାଇଛି।ଗିରଫ ପରେ ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରାଯାଇଛି।ଅଭିଯୁକ୍ତ ସୋନୁ ଜେନା ବାରଟି ଡକାୟତି ଓ ମର୍ଡର କେଶ ଏନ ଡି ପି ଏସ ରେ ପୂର୍ବରୁ ଅଛି ଓ ସେ ପାରୋଲ ରେ ଆସି ନିର୍ଧାରିତ ସମୟରେ ଜେଲ ନ ଫେରି ଡକାୟତି ଯୋଜନା ପ୍ରସ୍ତୁତ କରୁଥିଲା।

Leave A Reply

Your email address will not be published.