Webportal

ଟ୍ରକ ଚାଳକଙ୍କୁ ମରଣାନ୍ତକ ଆକ୍ରମଣ

0 297

ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ମହିଧରପୁର ଛକ ନିକଟରେ ଜଣେ ଯୁବକ ଗତକାଲି ରାତି ପ୍ରାୟ ୯ଟା ସମୟରେ ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକଙ୍କ ସହାୟତାରେ ଉଦ୍ଧାର ହୋଇଛନ୍ତି। ଆହତ ଯୁବକ ଜଣକ ହେଉଛନ୍ତି ଆଠମଲ୍ଲିକ ଅଂଚଳର ଦୀନକୃଷ୍ଣ ଭୋଇ (୩୫)। ସେ ଗତକାଲି ଟ୍ରକ ଚଳାଇ ଯାଉଥିବା ସମୟରେ ଅନୁଗୋଳ ଥାନା ହାଣଡିହ ଗାଁ ନିକଟରେ କିଛି ଲୋକ ଅତର୍କିତ ଆକ୍ରମଣ କରିଥିଲେ ବୋଲି ଦୀନକୃଷ୍ଣ ସୂଚନା ଦେଇଛନ୍ତି। ସ୍ଥାନୀୟ ଲୋକମାନଙ୍କ ସହାୟତାରେ ତାଙ୍କୁ ଗୁରୁତର ଅବସ୍ଥାରେ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

Leave A Reply

Your email address will not be published.