Webportal

ଝିଅ ଜନ୍ମ ହେବାରୁ ଏସିଡ୍‌ ପିଆଇ ବୋହୂକୁ ହତ୍ୟା କରାଗଲା

0 132

ଆସାମ କରିମଗଞ୍ଜ ଜିଲ୍ଲାରେ ଜଣେ ମହିଳା ଝିଅ ଜନ୍ମ କରିବାରୁ ଶାଶୂଘର ଲୋକେ ତାଙ୍କୁ ଜବରଦସ୍ତ ଏସିଡ୍‌ ପିଆଇ ହତ୍ୟା କରିଛନ୍ତି। ଏହି ହତ୍ୟା ମାମଲାରେ ଶାଶୁ ଗୋପାଲଜାନ୍‌ ବିବିଙ୍କୁ ଆଜି ପୁଲିସ ଗିରଫ କରିଛି। ସେ ରତାବାରୀ ତହସିଲ ଅନ୍ତର୍ଗତ ବୈରବନଗରର ବାସିନ୍ଦା।

ମୃତା ମହିଳାଙ୍କ ମାମୁଁ ଜଲିଲ ଅଲି ରତାବାରୀ ଥାନାରେ ଅଭିଯୋଗ କରିଥିଲେ ଯେ ସୁମନା ବିବି (୨୧) ଝିଅ ଜନ୍ମ ଦେବା ପରେ ତାଙ୍କ ସ୍ୱାମୀ ସକିଲ ଅହମ୍ମଦ (୨୭) ଏବଂ ତାଙ୍କ ଶାଶୂ ତାଙ୍କୁ ଜୋର ଜବରଦସ୍ତ ଏସିଡ୍‌ ପିଆଇ ଦେଇଥିଲେ। ଏହା ପରେ ସୁମନା ରକ୍ତ ବାନ୍ତି କରି ପ୍ରାଣ ହରାଇଥିଲେ ବୋଲି ଜଲିଲ ଅଭିଯୋଗ କରିଥିଲେ। ପୁଲିସ ଏ ବାବଦରେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।

Leave A Reply

Your email address will not be published.