Webportal

ଜାତୀୟ ରାଜପଥ ପୁନର୍ବାର ନେଲା ଜୀବନ

ଅଜଣା ଗାଡ଼ି ଧକ୍କାରେ ଜଣେ ମୃତ

0 200

ଜାତୀୟ ରାଜପଥ ୫୫ ରେ ଦୁର୍ଘଟଣା ରେ ମୁଣ୍ଡ ଗଡିବା ଥମୁନାହିଁ। ଆଜି ମଙ୍ଗଳବାର ରାତି ପ୍ରାୟ ୧୦ ଟା ରେ ଗୋଟେ ଅଜଣା ଗାଡ଼ି ଧକ୍କାରେ ଜଣେ ବ୍ୟକ୍ତି ମୃତୁ ବରଣ କରିଥିବା ଖବର ମିଳିଛି।ସୂଚନା ମୁତାବକ ଆଜି ରାତି ପ୍ରାୟ ୧୦ଟା ସମୟରେ ଅନୁଗୁଳ ଟାଉନ ଥାନା ଅନ୍ତର୍ଗତ ଅନୁଗୁଳ ସହର ହନୁମାନ ବଜାର ନିକଟରେ ଏକ ଅଜଣା ଗାଡ଼ି ଧକ୍କା ଦେବା ଫଳରେ ରାସ୍ତା ଉପରେ ଜଣେ ସ୍କୁଟି ଆରୋହୀ ଛିଟିକି ପଡ଼ିଥିଲେ। ସେଠାରୁ ଟାଉନ ଥାନା ପୋଲିସ ଗୁରୁତର ବ୍ୟକ୍ତି ଙ୍କୁ ପୋଲିସ ଗାଡିରେ ଗୁରୁତର ଅବସ୍ଥାରେ ମେଡ଼ିକାଲ ରେ ଭର୍ତ୍ତି କରିଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ମୃତ ବ୍ୟକ୍ତିଙ୍କ ର ପରିଚୟ ମିଳି ପାରିନାହିଁ। ମୃତ ସ୍କୁଟି ଆରୋହୀ ଜଣଙ୍କ ଆଖପାଖ ଅଞ୍ଚଳର ବୋଲି ଅନୁମାନ କରାଯାଉଛି।

Leave A Reply

Your email address will not be published.