Webportal

ଛାତ ଭାଙ୍ଗୁଥିବା ବେଳେ ଅଘଟଣ ଘଟି ଜଣେ ମୃତ ଓ ତିନି ଆହତ

0 565

ଅନୁଗୁଳ ଜିଲ୍ଲାର ବଅଁରପାଳ ଅଞ୍ଚଳରେ ଜାତୀୟ ରାଜପଥ ସମ୍ପ୍ରସାରଣ ପାଇଁ ପ୍ରଶାସନିକ ଅଧିକାରୀଙ୍କ ସହାୟତାରେ ଜାଗା ଉଚ୍ଛେଦ ଚାଲିଛି। ଏହି ଉଚ୍ଛେଦ ନେଇ ବୁଢ଼ାପଙ୍କ ବାଲିସାହିର ଧନେଶ୍ୱର ମୁଦୁଲି ନାମକ ବ୍ୟକ୍ତି ଶ୍ରମିକ ମାନଙ୍କୁ ଲଗାଇ ନିଜେ ଘର ଭାଙ୍ଗୁଥିଲେ ଓ ୪ ଜଣ ଶ୍ରମିକ ଙ୍କ ସହାୟତା ରେ ଛାତ ଭାଙ୍ଗୁଥିବା ସମୟରେ ଦୁର୍ଭାଗ୍ୟ ବଶତଃ ଛାତ ଭୁଷୁଡି ପଡି ଶ୍ରମିକ ମାନେ ଛାତ ତଳେ ଚାପି ହୋଇ ଯାଇଥିଲେ। ଫଳରେ ୩ ଜଣ ଶ୍ରମିକ ଆହତ ହୋଇଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଆହତ ହୋଇଥିବା ଯୁବକ ମାନେ ହେଲେ ବିରେନ୍ଦ୍ର ପ୍ରଧାନ, ଅଜିତ ସାହୁ, ଜୟନ୍ତ ସାହୁ। ଚିକିତ୍ସାଧୀନ ଅବସ୍ଥାରେ ସିପୁନୁ ସାହୁଙ୍କର ମୃତ୍ୟୁ ହୋଇଛି। ସିପୁନୁ ଙ୍କ ଘର କୁରୁଡୁଲୁରେ ବୋଲି ଖବର ମିଳିଛି। ସଙ୍ଗେ ସଙ୍ଗେ ବଅଁରପାଳ ପୋଲିସ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ଆହତ ମାନଙ୍କୁ ଉଦ୍ଧାର କରି ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରିଛନ୍ତି। ଘଟଣା ସ୍ଥଳରେ ବଅଁରପାଳ ଥାନାଧିକାରୀ ସୁନୀଲ କୁମାର କର ପହଁଚି ତଦନ୍ତ ଜାରି ରଖିଛନ୍ତି।

Leave A Reply

Your email address will not be published.