Webportal

ଗର୍ବ ନା ଦେଶଭକ୍ତି ; ଭାଜପା ରାଜ୍ୟ ସଭାପତିଙ୍କ ବିବାଦୀୟ ମନ୍ତବ୍ୟ: ଯେଉଁ ଘରେ ତ୍ରିରଙ୍ଗା ଲଗାଯାଇନାହିଁ, ସେହି ଘରଗୁଡିକର ଫଟୋ ଉଠାଇ ଆଣ

0 182

ଦେଶ ପାଳିବ ସ୍ବାଧୀନତାର ୭୫ ବର୍ଷ । ଏନେଇ ସମଗ୍ର ଦେଶରେ ଏହି ସ୍ମରଣୀୟ ଦିନକୁ ବେଶ୍। ଉତ୍ସାହ ର ସହ ପାଳନ କରିବା ତଥା ଦେଶର ସହିଦ ବୀର ଯବାନ ଙ୍କ ଉଦ୍ଦେଶ୍ୟରେ ପାଳନ କରିବା ପାଇଁ ମାନ୍ୟବର ପ୍ରଧାନମନ୍ତ୍ରୀ ନିବେଦନ କରିଛନ୍ତି । ଏହି ଅବସରରେ ଦେଶରେ ଆଜାଦୀ କା ଅମୃତ ମହୋତ୍ସବ ପାଳନ କରାଯାଉଛି। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାରଙ୍କ ଦ୍ୱାରା ତ୍ରିରଙ୍ଗା ଅଭିଯାନ ଚାଲିଛି।

ଅଗଷ୍ଟ ୧୩ରୁ ୧୫ ପର୍ଯ୍ୟନ୍ତ ପ୍ରତ୍ୟେକ ଘରେ ତ୍ରିରଙ୍ଗା ଲଗାଇବା ପାଇଁ ଆହ୍ବାନ ଦିଆଯାଇଛି। ଏହି ସମୟରେ ଉତ୍ତରଖଣ୍ଡ ଭାଜପା ରାଜ୍ୟ ସଭାପତି ମହେନ୍ଦ୍ର ଭଟ୍ଟ ଏକ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି।

ହାଲଦ୍ୱାନୀରେ ଆୟୋଜିତ ଆଜାଦୀ କା ଅମୃତ ମହୋତ୍ସବ କାର୍ଯ୍ୟକ୍ରମରେ ଭାଜପା ରାଜ୍ୟ ସଭାପତି ମହେନ୍ଦ୍ର ଭଟ୍ଟ ଯୋଗ ଦେଇଥିଲେ। ଏହି ଅବସରରେ ପାର୍ଟି କର୍ମୀଙ୍କୁ ସମ୍ବୋଧିତ କରି ସେ କହିଛନ୍ତି, ଯେଉଁ ଘରେ ତ୍ରିରଙ୍ଗା ଲଗାଯାଇନାହିଁ, ସେହି ଘରଗୁଡିକର ଫଟୋ ଉଠାଇ ଆଣ।

ଏହାଦ୍ୱାରା ସମାଜର ଲୋକମାନେ ଜାଣିବେ ଯେ ସେମାନେ ତ୍ରିରଙ୍ଗାକୁ ସମ୍ମାନ କରନ୍ତି ନାହିଁ। ମହେନ୍ଦ୍ରଙ୍କ ଏଭଳି ମନ୍ତବ୍ୟକୁ ବିରୋଧୀ ଦଳ ପକ୍ଷରୁ ନିନ୍ଦା କରାଯାଇଛି।

Leave A Reply

Your email address will not be published.