Webportal

ଗମ୍ଭୀର ଆରୋପ; କର୍ଣ୍ଣାଟକରେ ସରକାରୀ ଚାକିରି ପାଇବା ପାଇଁ ଯୁବତୀମାନଙ୍କୁ ଦେହ ଦାନ କରିବାକୁ ପଡୁଛି: କଂଗ୍ରେସ ନେତା

0 161

ସରକାରୀ ଚାକିରି ଖଣ୍ଡେ ପାଇବା ଲାଗି ପୁରୁଷମାନଙ୍କୁ ଲାଞ୍ଚ ଦେବାକୁ ପଡୁଥିବା ବ‌େଳେ ମହିଳାମାନଙ୍କୁ ଦେହ ଦାନ କରିବାକୁ ପଡୁଛି ବୋଲି ‘ବିଜେପି’ ନେତୃତ୍ବାଧୀନ କର୍ଣ୍ଣାଟକ ସରକାର ବିରୋଧରେ ଶୁକ୍ରବାର ଦିନ ରାଜ୍ୟ ପ୍ରଦେଶ କଂଗ୍ରେସ କମିଟି ମୁଖପାତ୍ର ତଥା ବିଧାୟକ ପ୍ରୟିଙ୍କ ଖଡ୍‌ଗେ କହିଛନ୍ତି।

ନିଯୁକ୍ତି କ୍ଷେତ୍ରରେ ଚାଲିଥିବା ଦୁର୍ନୀତିର ବିଚାର ବିଭାଗୀୟ ତଦନ୍ତ କରାଯାଉ ଅଥବା ‘ସ୍ପେସାଲ୍‌ ଇନ୍‌ଭେଷ୍ଟିଗେସନ୍‌ ଟିମ୍‌’ (ଏସ୍‌ଆଇଟି) ଘଟଣାର ତଦନ୍ତ କରୁ। ଏଥିପାଇଁ ସରକାର ‘ଫାଷ୍ଟ୍‌-ଟ୍ରାକ୍‌’ କୋର୍ଟ ଗଠନ କରିବା ପାଇଁ ବିଧାୟକ ଖଡ୍‌ଗେ ଦାବି କରିଛନ୍ତି।

ବିଭିନ୍ନ ପଦବୀ ନିମନ୍ତେ ଚୟନ ପ୍ରକ୍ରିୟାରେ ହୋଇଥିବା ବ୍ୟାପକ ଦୁର୍ନୀତିରେ ‘ବିଜେପି’ ଜଡ଼ିତ ବୋଲି ଦର୍ଶାଇ ଖଡ଼ଗେ କହିଛନ୍ତି, ସରକାର ପଦବୀ ବିକ୍ରୟ କରିବାକୁ ସ୍ଥିର କରିଛନ୍ତି। ଯଦି ତରୁଣୀମାନଙ୍କର ସରକାରୀ ଚାକିରି ଆବଶ୍ୟକ, ସେମାନଙ୍କୁ କାହାକୁ ଦେହ ଦାନ କରିବାକୁ ପଡୁଛି। ପୁରୁଷମାନଙ୍କୁ ଲାଞ୍ଚ ଦେବାକୁ ପଡୁଛି। ଚାକିରି ଖଣ୍ଡେ ଦେବା ପାଇଁ ଜଣେ ମନ୍ତ୍ରୀ ଜଣେ ତରୁଣୀଙ୍କୁ ତାଙ୍କ ସହିତ ରାତ୍ରଯାପନ ପାଇଁ କହିଥିଲେ। କେଳେଙ୍କାରୀ ଧରାପଡ଼ିବା ପରେ ସେ ଇସ୍ତଫା ଦେଇଥିଲେ। ଏହାହିଁ ହେଉଛି ମ‌ୋ ଅଭିଯୋଗର ପ୍ରମାଣ।

ସାମ୍ବାଦିକ ସମ୍ମିଳନୀରେ ସେ ଆହୁରି ମଧ୍ୟ କହିଛନ୍ତି, ସହକାରୀ ଯନ୍ତ୍ରୀ, କନିଷ୍ଠ ଯନ୍ତ୍ରୀ ଏବଂ ସିଭିଲ୍‌ ଇଞ୍ଜିନିୟର୍‌ଙ୍କ ସମେତେ ସମୁଦାୟ ୧,୪୯୨ ପଦବୀ ନିମନ୍ତ  ‘କର୍ଣ୍ଣାଟକ ପାୱାର୍‌ ଟ୍ରାନ୍‌ସ୍‌ମିସନ୍‌ କର୍ପୋରେସନ୍‌ ଲିମିଟେଡ୍‌’ କର୍ମଚାରୀ ଚୟନ କରିଥିଲା। ବ୍ଲୁଟୁଥ୍‌ ବ୍ୟବହାର କରି ପରୀକ୍ଷା ଦେଉଥିବା ଜଣେ ପ୍ରାର୍ଥୀଙ୍କୁ ଗୋକାକ୍‌ରୁ ଗିରଫ କରାଯାଇଥିଲା। ମୁଁ ସଂଗ୍ରହ କରିଥିବା ସୂଚନା ଅନୁସାରେ, ସମୁଦାୟ ୬୦୦ ପଦବୀ ନିମନ୍ତେ ଦୁର୍ନୀତି ‌କରାଯାଇଛି। ସେମାନେ ସହକାରୀ ଯନ୍ତ୍ରୀ ପଦବୀ ପାଇଁ ୫୦ ଲକ୍ଷ ଏବଂ କନିଷ୍ଠ ଯନ୍ତ୍ରୀ ପଦବୀ ପାଇଁ ୩୦ ଲକ୍ଷ ଟଙ୍କା ନେଇଥିବେ ବୋଲି ସନ୍ଦେହ ହେଉଛି। କେ‌ବଳ ଏହି ନିଯୁକ୍ତିରେ ୩୦୦ କୋଟି ଟଙ୍କାର ଲାଞ୍ଚ କାରବାର ହୋଇଥିବାର ସମ୍ଭାବନା ରହିଛି।

ଚାକିରି ପାଇଁ ଉଦ୍ଦିଷ୍ଟ ପରୀକ୍ଷାରେ ଅନିୟମିତତା ହେଲେ ଗରିବ ଓ ମେଧାବୀ ଛାତ୍ରଛାତ୍ରୀମାନେ କୁଆଡ଼େ ଯିବ ବୋଲି ସେ ପଚାରିଛନ୍ତି।

Leave A Reply

Your email address will not be published.