Webportal

ଖୋଳରେ ଲେଖା ‘ଶୁଦ୍ଧ ତେଲରୁ ପ୍ରସ୍ତୁତ’, ପ୍ରକୃତରେ ମଇଁଷି ଚର୍ବି ରୁ ପ୍ରସ୍ତୁତ

0 245

ଉତ୍ତରପ୍ରଦେଶର ବୁଲନ୍ଦସହର ଜିଲ୍ଲାର ନଗରକୋଟୱାଲୀ ପୁଲିସକୁ ଆଜି ଏକ ବଡ଼ ସଫଳତା ମିଳିଛି। ବେଆଇନ ଭାବେ ଗୋରୁ ଚୋରି କରି ହତ୍ୟା କରୁଥିବା ଗ୍ୟାଙ୍ଗର ଖୁଲାସା କରି ଜଣେ ଅଭିଯୁକ୍ତକୁ ଗିରଫ କରାଯାଇଛି। ଅଭିଯୁକ୍ତଙ୍କ ନିକଟରୁ ୯ଟି ମଇଁଷି, ୮ଟି ବାଛୁରୀ, ୨୭ ଟିଣ ଚର୍ବି, ୯ ଅଖା ଶୁଖିଲା ଚର୍ବି ଏବଂ ଅନ୍ୟାନ୍ୟ ଉପକରଣ ଉଦ୍ଧାର କରାଯାଇଛି। କୁହାଯାଉଛି ଯେ ବିଭିନ୍ନ ଅଞ୍ଚଳରେ ଶୀତରେ କୁହୁଡ଼ିର ସୁଯୋଗ ନେଇ ଏହି ଗ୍ୟାଙ୍ଗ ଗୋରୁ ଚୋରି କରିବା ବେଆଇନ ଭାବେ ଗୋରୁ ହତ୍ୟା କରୁଥିଲେ। ଏହାପରେ ଗୋରୁମାଂସକୁ ବିଭିନ୍ନ ହୋଟେଲ, ରେଷ୍ଟୁରାଣ୍ଟ ଏବଂ ଢ଼ାବାକୁ ଯୋଗାଇ ଦିଆଯାଉଥିଲା | ଏହା ସହ ଗୋରୁମାନଙ୍କ ଚର୍ବିକୁ ସାବୁନ କାରଖାନାକୁ ଯୋଗାଇ ଦିଆଯାଉଥିଲା।

ଏବାବଦରେ ପୁଲିସ ଜାଣିବା ପରେ ତୁରନ୍ତ ସାବୁନ୍ କାରଖାନାକୁ ମଧ୍ୟ ସିଲ୍ କରିଛନ୍ତି। ପ୍ରକୃତରେ ଏହି ସାବୁନ୍ ଖୋଳରେ ଲେଖାଯାଉଥିଲା ଯେ ଏହା ଶୁଦ୍ଧ ତେଲରୁ ନିର୍ମିତ, କିନ୍ତୁ ଏଠାରେ ଚର୍ବି ବ୍ୟବହାର କରାଯାଉଥିଲା। ଏବେ ଧାରା ୪୨୦, ୪୬୭, ୪୬୮, ୪୭୧ ଆଇପିସି ଅଧୀନରେ ସାବୁନ କାରଖାନା ମାଲିକଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଗୋରୁ ଚୋରି କରିବା ପରେ ଅଭିଯୁକ୍ତ ଆରିଫ ଘରେ ବେଆଇନ ଭାବେ ହତ୍ୟା କରୁଥିଲା। ଏଭଳି ଲଗାତାର ଗୋରୁ ଚୋରି ଘଟଣା ଘଟିବା ପରେ ପୁଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଏହି ଗ୍ୟାଙ୍ଗର ଖୁଲାସା କରିଥିଲା । ଅଭିଯୁକ୍ତର ଘରୁ ଡଜନେରୁ ଅଧିକ ଜୀବନ୍ତ ଗୋରୁଙ୍କୁ ଉଦ୍ଧାର କରାଯାଇଛି। ବହୁ ପରିମାଣରେ ଗୋରୁଙ୍କ ମୃତଦେହ ମଧ୍ୟ ଉଦ୍ଧାର କରାଯାଇଛି।

Leave A Reply

Your email address will not be published.