Webportal

କୋର୍ଟରେ ହାଜର ବେଳେ କହ୍ନେୟାଲାଲଙ୍କ ହତ୍ୟାକାରୀଙ୍କୁ ନିସ୍ତୁକ ମାଡ଼

0 141

ରାଜସ୍ଥାନର ଉଦୟପୁରରେ ହୋଇଥିବା ଦରଜୀ କହ୍ନେୟାଲାଲଙ୍କ ହତ୍ୟା ମାମଲାରେ ଶନିବାର ୪ ଅଭିଯୁକ୍ତଙ୍କୁ ଏନଆଇଏ କୋର୍ଟରେ ହାଜର କରାଯାଇଛି। କୋର୍ଟରେ ହାଜର ସମୟରେ ଉତ୍ୟକ୍ତ ଲୋକ ଅଭିଯୁକ୍ତଙ୍କ ଉପରେ ଆକ୍ରମଣ କରିଥିବାର ଖବର ମିଳିଛି। କୋର୍ଟ ଏହି ଚାରି ଅଭିଯୁକ୍ତଙ୍କୁ ୧୦ ଦିନ ପାଇଁ ଏନ୍‌ଆଇଏ ରିମାଣ୍ଡକୁ ପଠାଇଛନ୍ତି। ଅଭିଯୁକ୍ତମାନେ ୧୨ ଜୁଲାଇ ପର୍ଯ୍ୟନ୍ତ ଏନ୍‌ଆଇଏ କଷ୍ଟଡିରେ ରହିବେ। ଏହା ପୂର୍ବରୁ ଉଦୟପୁରର ଏକ କୋର୍ଟ ଦୁଇ ଅଭିଯୁକ୍ତଙ୍କୁ ଶୁକ୍ରବାର ଦିନିକିଆ ଟ୍ରାଞ୍ଜିଟ୍‌ ରିମାଣ୍ଡରେ ପଠାଇଥିଲେ।

ଜୟପୁର ଏନ୍‌ଆଇଏ କୋର୍ଟରେ ହଜାର ବେଳେ ଅଭିଯୁକ୍ତଙ୍କ ଉପରେ ଆକ୍ରମଣ ହୋଇଥିଲା। ତାଙ୍କୁ କଡା ସୁରକ୍ଷା ବ୍ୟବସ୍ଥା ଭିତରେ କୋର୍ଟରେ ହାଜର କରାଯାଇଥିଲା। ଏହାପରେ ମଧ୍ୟ ଅଭିଯୁକ୍ତମାନେ ଲୋକଙ୍କ ଆକ୍ରୋଶର ଶିକାର ହୋଇଥିଲେ। ପ୍ରଥମ ୫ ଘଣ୍ଟା ପର୍ଯ୍ୟନ୍ତ ଯୋରଦାର ନାରାବାଜୀ ହୋଇଥିଲା। ଓକିଲମାନେ ଫାଶୀ ଦଣ୍ଡ ଦାବି କରି କୋର୍ଟ ରୁମ୍‌ ଭିତରକୁ ପଶି ଯିବାରୁ ଶୁଣାଣି ରୁମ୍‌ର କବାଟ ବନ୍ଦ ରଖାଯାଇଥିଲା, କିନ୍ତୁ ଯେତେବେଳେ ଅଭିଯୁକ୍ତମାନେ ବାହାରିଥିଲେ ତାଙ୍କୁ ଜୋତା, ଚପଲ ଓ ବାଡିରେ ନିସ୍ତୁକ ମାଡ ମରାଯାଇଥିଲା। ପୋଲିସ ଅଭିଯୁକ୍ତଙ୍କୁ ଗାଡିରେ ବସାଇବା ବେଳେ ଲୋକମାନେ ଅଭିଯୁକ୍ତଙ୍କୁ ଚାପୁଡା ପରେ ଚାପୁଡା ମାରିଥିଲେ। ଅଭିଯୁକ୍ତଙ୍କୁ ମାଡ ମାରିବା ସମୟର ଭିଡିଓ ମଧ୍ୟ ସାମନାକୁ ଆସିଛି। ଏଥିରେ ଦେଖିବାକୁ ମିଳୁଛି, ସୁରକ୍ଷା ଭିତରେ ମଧ୍ୟ ଅଭିଯୁକ୍ତଙ୍କୁ ଲୋକମାନେ ପ୍ରବଳ ମାଡ ମାରୁଥିଲେ।

Leave A Reply

Your email address will not be published.