Webportal

କେନ୍ଦ୍ର ସରକାରଙ୍କର ଘୋଷଣା ଏମିତି ନା ନିର୍ବାଚନକୁ ଆଖିରେ ରଖି? : ପୁଣି ବର୍ଷେ ଯାଏ ୮୦ କୋଟି ଲୋକଙ୍କୁ ମିଳିବ ମାଗଣା ରାସନ

0 197

କେନ୍ଦ୍ର ସରକାର ଶୁକ୍ରବାର ବଡ଼ ଘୋଷଣା କରିଛନ୍ତି । ଦେଶର ଗରିବ ଲୋକଙ୍କୁ ମାଗଣା ଶସ୍ୟ ଦିଆଯିବାକୁ ନେଇ କ୍ୟାବିନେଟ୍‌ରେ ନିଷ୍ପତ୍ତି ନେଇଛନ୍ତି । କେନ୍ଦ୍ର ମନ୍ତ୍ରୀ ପୀୟୁଷ ଗୋୟଲ କ୍ୟାବିନେଟ୍‌ ବୈଠକରେ ସୂଚନା ଦେଇ କହିଛନ୍ତି, ସରକାର ରାଷ୍ଟ୍ରୀୟ ଖାଦ୍ୟ ସୁରକ୍ଷା ଅଧିନିୟମ ଅନୁସାରେ ଦେଶର ୮୦ କୋଟି ଲୋକଙ୍କୁ ମିଳୁ ଥିବା ମାଗଣା ରାସନକୁ ଏକ ବର୍ଷ ଯାଏ ବଢ଼ାଇ ଦେଇଛନ୍ତି। ଏଥିରେ କେନ୍ଦ୍ର ସରକାରଙ୍କୁ ୨ ଲକ୍ଷ କୋଟି ଟଙ୍କାର ଅତିରିକ୍ତ ବୋଝ ପଡ଼ିବ। କେନ୍ଦ୍ରମନ୍ତ୍ରୀ କହିଛନ୍ତି କି , ରାସନ ପାଇଁ ଗରିବଙ୍କୁ  ଟଙ୍କାଟିଏ ବି ଦେବାକୁ ପଡ଼ିବ ନାହିଁ। ଏହି ଯୋଜନାରେ ସରକାର ପ୍ରତିବର୍ଷ ୨ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି।

କେନ୍ଦ୍ର ଖାଦ୍ୟ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ପୀୟୁଷ ଗୋୟଲ କହିଛନ୍ତି କି ସରକାର ରାଷ୍ଟ୍ରୀୟ ଖାଦ୍ୟ ସୁରକ୍ଷା ଆକ୍ଟ ଅନୁସାରେ ଚାଉଳ , ଗହମ ଓ ମୋଟା ଶସ୍ୟ କ୍ରମଶଃ ୩,୨,୧ ଟଙ୍କା କିଲୋ ପ୍ରତି ଦରରେ ଦେଉଛି। ସରକାର ନିଷ୍ପତ୍ତି ନେଇଛନ୍ତି କି ଡିସେମ୍ୱର ୨୦୨୩ ସୁଦ୍ଧା ଏହା ପୂରା ମାଗଣାରେ ମିଳିବ।

ଏହା ପୂର୍ବରୁ କେନ୍ଦ୍ର ମନ୍ତ୍ରୀ ଶୋଭା କରନ୍ଦଲାଜେ କହିଛନ୍ତି କି , ସେପ୍ଟେମ୍ୱରରେ ସରକାର ଏହି ଯୋଜନାର ସମୟ ସୀମାକୁ ୩ ମାସ ପାଇଁ ୩୧ ଡିସେମ୍ୱର ଯାଏ ବଢ଼ାଇଥିଲେ। କୋଭିଡ୍‌ ସମୟରେ ଗରିବ ଲୋକଙ୍କୁ ରିଲିଫ୍‌ ପହଞ୍ଚାଇବା ପାଇଁ ଏହି ଯୋଜନା ଲାଗୁ କରାଯାଇ ଥିଲା । ଗତ ୨୮ ମାସରେ  ସରକାର ଗରିବଙ୍କୁ ମାଗମା ରାସନରେ ୧.୮୦ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି ।

ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାକୁ ମାର୍ଚ୍ଚ ୨୦୨୦ରେ କୋଭିଡ ସଙ୍କଟ ବେଳେ ଲାଗୁ କରିଥିଲେ । ଏହି ଯୋଜନାର ଲାଭ ଦେଶର ୮୦ କୋଟି ଲୋକଙ୍କୁ ମିଳୁଛି । ଏହି ଅନୁସାରେ ବିପିଏଲ କାର୍ଡ଼ଧାରୀ ପରିବାରକୁ ପ୍ରତି ମାସରେ ପ୍ରତି ବ୍ୟକ୍ତିଙ୍କ ପିଛା ୪ କିଲୋଗ୍ରାମ ଗହମ  ଓ ୧ କିଲୋଗ୍ରାମ ଚାଉଳ ମାଗଣା ଦିଆଯାଏ । ଗତ ଅନେକ ମାସରୁ ଏହି ଯୋଜନାକୁ ବୃଦ୍ଧି କରାଯାଉଛି ।

Leave A Reply

Your email address will not be published.