Webportal

କାଲିଥିଲେ ସର୍ବେସର୍ବା, ହେଲେ କ୍ଷମତା ଯିବାପରେ ଟେଲିଭିଜନରେ ଇମ୍ରାନ ଖାନଙ୍କ ସମ୍ପର୍କିତ ଖବର ପ୍ରସାରଣ ଉପରେ ଲାଗିଲା ପ୍ରତିବନ୍ଧକ

0 144

ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଙ୍କ ସମସ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ଦେଶରେ ଶାସନାଧୀନ ଶହବାଜ ସରକାରଙ୍କୁ ଲଗାତାର ଟାର୍ଗେଟ କରୁଥିବା ଇମ୍ରାନଙ୍କ ବିରୋଧରେ ବଡ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରସ୍ତୁତି ଚାଲିଛି । କୁହାଯାଉଛି କି ପାକିସ୍ତାନ ସରକାର ଇମ୍ରାନଙ୍କ ସମ୍ପର୍କିତ କୌଣସି ଖବର ଟେଲିଭିଜନ ଚ୍ୟାନେଲରେ ପ୍ରସାର କରିବାକୁ ପ୍ରତିବନ୍ଧକ ଲାଗାଇ ଦିଆଯାଇଛି ।ସମସ୍ତ ଚ୍ୟାନେଲକୁ ନିର୍ଦ୍ଦେଶ ଦିଆଯାଇଛି କି ଇମ୍ରାନ ଖାଁଙ୍କ କୌଣସି ସାକ୍ଷାତକାର କିମ୍ବା କୌଣସି ବୟାନର ଲାଇଭ ଟେଲିକାଷ୍ଟ ବା ବ୍ରଡକାଷ୍ଟ କରାଯିବ ନାହିଁ । ଏହାର ଉଲ୍ଲଂଘନ କଲେ ସଂପୃକ୍ତ ଚ୍ୟାନେଲ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ସୂଚନା ଅନୁସାରେ, ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ଗିରଫ କରିବାକୁ ଯୋଜନା କରାଯାଉଛି । ଇମ୍ରାନଙ୍କୁ ଦେଶର ଶୀର୍ଷ ଯାଞ୍ଚ ଏଜେନ୍ସି ସାମ୍ନାରେ ହାଜର ନହେବା ଓ ଅବୈଧ ଫଣ୍ଡିଂ ମାମଲାରେ ନୋଟିସର ଜବାବ ନ ଦେବା ମାମଲାରେ ଗିରଫ କରାଯାଇପାରେ ବୋଲି ଅନୁମାନ କରାଯାଉଛି । ପାକିସ୍ତାନର ଦୈନିକ ଖବର କାଗଜ ଦ ନ୍ୟୁଜର ରିପୋର୍ଟ ଅନୁଯାୟୀ, ସଂଘିୟ ଯାଞ୍ଚ ଏଜେନ୍ସି(ଏଫଆଇଏ) ଏ ସମ୍ପର୍କରେ ଶୁକ୍ରବାର ଇମ୍ରାନ ଖାଁଙ୍କୁ ଦ୍ୱିତୀୟ ନୋଟିସ ଜାରି କରିଛି । ରିପୋର୍ଟ ଅନୁଯାୟୀ, ପୂର୍ବ ବୁଧବାର ଇମ୍ରାନଙ୍କୁ ପ୍ରଥମ ନୋଟିସ ଦିଆଯାଇଥିଲା ।

Leave A Reply

Your email address will not be published.