Webportal

କର୍ତବ୍ୟ ହିଁ ପ୍ରଥମ:ଏହା ହେଉଛି ଏଆରଫିଲଡ଼ ପୋଲିସ ଷ୍ଟେସନର କର୍ତବ୍ୟରତ କର୍ମଚାରୀଙ୍କ ମୂଳମନ୍ତ୍ର

0 386

ଆପଣମାନେ ଆଜିପର୍ଯନ୍ତ ଶୁଣୀଥିବେ ଯେ  ରଙ୍ଗରୁଟରେ ଗାଡି ନେବା, ଡ୍ରାଇଭିଂ ସମୟରେ ମୋବାଇଲ ରେ ଗପିବା ଆଦି ଛୋଟମୋଟ ଆଇନ ଭାଙ୍ଗିଲେ ପୋଲିସ କ୍ଷମତାଶାଳୀ ବ୍ୟକ୍ତି ମାନଙ୍କୁ ବିନା ଦଣ୍ଡରେ ଛାଡ଼ିଦେଇଥାଏ। ଏମାନଙ୍କ ମଧ୍ୟରେ ଗଣମାଧ୍ୟମ ପ୍ରତିନିଧିମାନେ ମଧ୍ୟ ଅନ୍ତର୍ଭୁକ୍ତ।

କିନ୍ତୁ ସବୁ ପୋଲିସବାଲାଙ୍କ କ୍ଷେତ୍ରରେ ଏହା ଲାଗୁ ହେଉନାହିଁ। ଆମେ ଏଇଥିପାଇଁ କହୁଛୁ ଯେ ଆପଣ ଯଦି ଭୁବନେଶ୍ୱର ସ୍ଥିତ ଏଆରଫିଲଡ଼ ଥାନା ର କର୍ମଚାରୀଙ୍କ କାର୍ଯ୍ୟକଳାପ ଦେଖିବେ ତାହାହେଲେ ଆପଣଙ୍କ ମତ ବଦଳିଯିବ।

ଏପରିକି ଏଆରଫିଲଡ଼ ଥାନାର କର୍ମଚାରୀ ମାନେ ପୋଲିସକୁ ସର୍ବଦା ସାହାଯ୍ୟ କରୁଥିବା ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ବି ଅତ୍ୟନ୍ତ ଛୋଟ ଭୁଲ କଲେ ବି ନିୟମ ଅନୁଯାୟୀ ଫାଇନ ଆଦାୟ ନ କରି ଛାଡୁନାହାନ୍ତି। ଏହାର କାରଣ ହୋଇଥାଇପରେ କି ଏହି ଥାନାର ବର୍ତମାନର କର୍ମଚାରୀମାନେ ଦୁର୍ନୀତିମୁକ୍ତ ହୋଇଥିବେ ଯେଉଁଥିପାଇଁ ସେମାନେ ବିନା ଚିନ୍ତାରେ ସାଧାରଣ ଓ ପ୍ରଭାବଶାଳୀ ବ୍ୟକ୍ତିଙ୍କ ମଧ୍ୟରେ ଫରକ ନ କରି ନିଜ ଡିଉଟି କରି ଚାଲିଛନ୍ତି।

ଏହା ସମ୍ପୃକ୍ତ ଥାନା କର୍ମଚାରୀ ମାନଙ୍କ ଦ୍ୱାରା କରାଯାଉଥିବା ଅତି ପ୍ରଶଂସନୀୟ କାର୍ଯ୍ୟ ନିଶ୍ଚୟ।

Leave A Reply

Your email address will not be published.