Webportal

କରୋନା ସମ୍ପର୍କରେ ଆଜି ଅନୁଗୁଳରେ ପ୍ରଶାସନ ପକ୍ଷରୁ ନିଆଯାଇଥିବା ପଦକ୍ଷେପ

0 428

ଆଜି ଅନୁଗୁଳ ରେ ବାହାରୁ ଆସୁଥିବା ୧୯୦ ଶ୍ରମିକ ଓ ତାଙ୍କର ୪୦ ଜଣ ପିଲାଙ୍କୁ ପୌରପାଳିକା ପକ୍ଷରୁ ଖାଇବାକୁ ଦିଆଯାଇଛି।ସେହିପରି ୫୦ ଜଣ ଉଠାଦୋକାନୀଙ୍କୁ ୩୦୦୦ ଟଙ୍କା ଲେଖାଏଁ ଆର୍ଥିକ ସହାୟତା ଯୋଗାଇ ଦିଆଯାଇଛି।ସେହିପରି ୧୮୦ ଶଯ୍ୟା ବିଶିଷ୍ଟ ଟେମ୍ପରାରୀ ମେଡିକାଲ ସେଣ୍ଟର ଅନୁଗୁଳ ସହରର ୨୩ଟି ଯାକ ୱାର୍ଡ ପାଇଁ ସମସ୍ତ ସୁବିଧା ସହିତ ପ୍ରସ୍ତୁତ କରାଯାଇଛି।ଏ ପର୍ଯ୍ୟନ୍ତ ଜିଲ୍ଲାକୁ ରାଜ୍ୟ ବାହାରୁ ୨୨୧୧ ଓ ବିଦେଶରୁ ୫୧ ଜଣ ଲୋକ ଆସିଛନ୍ତି।ମହାରାଷ୍ଟ୍ରର ସୋଲାପୁର ଓ ଚେନ୍ନାଇ ରୁ ଆସିଥିବା ଲୋକଙ୍କୁ ଆଜି ପାଲହଡା ବ୍ଲକର ଖେମଲା ଗ୍ରାମ ପଞ୍ଚାୟତ ସ୍ଥିତ ବାରକୋଟିଆ ପ୍ରାଇମେରୀ ସ୍କୁଲରେ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଇଛି।

Leave A Reply

Your email address will not be published.