Webportal

କମିଶନରେଟ ପୁଲିସ ଧରିଲା ୫ ଜଣିଆ ଦୁର୍ଦ୍ଦାନ୍ତ ଡକାୟତି ଗ୍ୟାଙ୍ଗ

0 195

କମିଶନରେଟ ପୁଲିସ ଏକ ୫ ଜଣିଆ ଦୁର୍ଦ୍ଦାନ୍ତ ଡକାୟତି ଗ୍ୟାଙ୍ଗକୁ ଧରିଛି। ସେମାନଙ୍କ ଠାରୁ ୪୫ ଗ୍ରାମ ସୁନା, ୧୦ଟି ସୁନା ଚେନ୍, ୪୦ ହଜାର ଟଙ୍କା, ଦୁଇଟି ବାଇକ୍, ୮ଟି ମୋବାଇଲ ଫୋନ୍ ଓ ଅନ୍ୟାନ୍ୟ ଜିନିଷ ଜବତ କରାଯାଇଛି।

ଗିରଫ ‍ଡକାୟତମାନେ ହେଉଛନ୍ତି- ବିଶ୍ୱଜିତ ଦାସ ଓରଫ ବିଟୁ (୩୪), ଶୁଭକାନ୍ତ ବେହେରା ଓରଫ କାଜୋଲ ଓରଫ ମେଧା, ଦୀପଙ୍କର କୁଲ୍ଲୁ ଓରଫ କୁଲ୍ଲୁ, ଗଣେଶ ସାହୁ ଓରଫ ଗଣେଶ ଓ ବିପିନ ପୃଷ୍ଟି।

ଏହି ୫ ଜଣଙ୍କ ଘର ରାଜ୍ୟର ଭିନ୍ନ ଭିନ୍ନ ଜିଲ୍ଲାରେ। କିନ୍ତୁ ଡକାୟତି, ଲୁଟପାଟ, ଚୋରି ଆଦି କରିବା ପାଇଁ ସେମାନେ ଭୁବନେଶ୍ୱରରେ ଏକାଠି ହୁଅନ୍ତି। ବିଶ୍ୱଜିତର ଘର ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନା ଅଞ୍ଚଳରେ ହୋଇଥିବା ବେଳେ ଶୁଭକାନ୍ତର ଘର ଜଗତସିଂହପୁର ଜିଲ୍ଲାର ପାରାଦୀପ ଥାନା ଅଞ୍ଚଳରେ। ଦୀପଙ୍କରର ଘର ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଅଞ୍ଚଳରେ। ଏବେ ସେ ଭୁବନେଶ୍ୱରର ସହିଦନଗର ଥାନା ଅଞ୍ଚଳରେ ରହୁଛି। ଗଣେଶର ଘର ଭୁବନେଶ୍ୱରର ଲକ୍ଷ୍ମୀସାଗର ଅଞ୍ଚଳରେ। ସେହିପରି ବିପିନ ପୃଷ୍ଟିର ଘର ନୟାଗଡ଼ ଜିଲ୍ଲା ଇଟାମାଟି ଥାନା ଗମରିଡିହରେ।

କମିଶନରେଟ ପୁଲିସର ସୂଚନା ଅନୁଯାୟୀ, ବିଶ୍ୱଜିତ ଓ ଶୁଭକାନ୍ତ ହେଉଛନ୍ତି ଦୁର୍ଦ୍ଦାନ୍ତ ଅପରାଧୀ। ସେମାନଙ୍କ ନାଁରେ ଯାଜପୁର, କେନ୍ଦ୍ରାପଡ଼ା ଓ ଜଗତସିଂହପୁରରେ ଅନେକ ମାମଲା ରହିଛି।

Leave A Reply

Your email address will not be published.