Webportal

କଠିନ ପରିଶ୍ରମର ପରିଣାମ: ସାମ୍ବାଦିକ ଗୌରବ ସମ୍ମାନ୨୦୨୨ ରେ ସମ୍ମାନିତ ହେଲେ ମାନସ ମିଶ୍ର

0 250

ରବିବାର କଟକର ଶାରଳା ଭବନ ଠାରେ “ସନ୍ଥ କବି ଭୀମ ଭୋଇ ସାହିତ୍ୟ ପରିଷଦ ” ପକ୍ଷରୁ ଆୟୋଜିତ ହୋଇଛି ରାଜ୍ୟସ୍ତରୀୟ ସାହିତ୍ୟ ଓ ଆଧ୍ୟାତ୍ମିକ ସମ୍ମିଳନୀ।ଅନୁଷ୍ଠାନ ପକ୍ଷରୁ ରାଜ୍ୟର ବିଭିନ୍ନ ଅଞ୍ଚଳର ପ୍ରତିଭାବାନ ବ୍ୟକ୍ତିବିଶେଷଙ୍କୁ କରାଯାଇଥିଲା ସମ୍ବର୍ଦ୍ଧନା ।ସାମ୍ବାଦିକତା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟପାଇଁ ଅନୁଗୋଳ ଜିଲ୍ଲାର କଳିଙ୍ଗ ଟିଭି ଜିଲ୍ଲାପ୍ରତିନିଧି ମାନସ ରଞ୍ଜନ ମିଶ୍ରଙ୍କୁ ରାଜ୍ୟ ସ୍ତରୀୟ ସାମ୍ବାଦିକ ଗୌରବ ସମ୍ମାନ ୨୦୨୨ ରେ ସମ୍ମାନିତ କରାଯାଇଛି।ଶ୍ରୀ ମିଶ୍ର ୨୦୧୫ ରୁ ୨୦୨୨ ପର୍ଯ୍ୟନ୍ତ କଳିଙ୍ଗ ଟିଭିରେ ଜିଲ୍ଲା ପ୍ରତିନିଧି ଭାବେ କାର୍ଯ୍ୟକରୀ ଅନେକ ସଫଳତା ହାସଲ କରିବା ସହ ଗଠନ ମୂଳକ ଖବର ପ୍ରସାରଣ କରି ଅନେକ କୃତିତ୍ୱ ଅର୍ଜ୍ଜନ କରିଛନ୍ତି।ପୂର୍ବରୁ ସାମ୍ବାଦିକ ଶ୍ରୀ ମିଶ୍ର ଅନେକ ଅନୁଷ୍ଠାନ ମାନଙ୍କରୁ ମଧ୍ୟ ସମ୍ମାନିତ ହୋଇଛନ୍ତି।
👉୨୦୧୬ ରେ ବାଲେଶ୍ୱରରେ ଖୋଲାଖବର ତରଫରୁ ଯୁବ ସାମ୍ବାଦିକ ସମ୍ମାନରେ ସମ୍ମାନୀତ
👉ମାଇକ୍ରୋମିଡିଆ ୨୦୧୯ ରାଜ୍ୟ ସ୍ତରୀୟ ପ୍ରତିଭା ମହୋତ୍ସବ ଶ୍ରେଷ୍ଟ ସାମ୍ବାଦିକ ସମ୍ମାନ
👉ସୂର୍ଯ୍ୟାଲୋକ ସାମ୍ବାଦିକ ସମ୍ମାନ ପ୍ରତିଭା ମହୋତ୍ସବ ୨୦୧୯
👉ତ୍ୟାଗବିର ସମ୍ମାନ ୨୦୨୦ ସଂକଳ୍ପ ସୋସିଆଲ ଆଣ୍ଡ ଚାରିଟେବୁଲ ଟ୍ରଷ୍ଟ
👉ନୂଆଦିଲ୍ଲୀ ଶ୍ରୀ ଜଗନ୍ନାଥ ଏକତା ସଂଘ ପକ୍ଷରୁ କରୋନା ଯୋଧ୍ୟା ସମ୍ମାନ
👉ବ୍ୟାଙ୍କକ୍ ର ଧରାଧାମ ଇଣ୍ଟରନେସନାଲ ଅନୁଷ୍ଠାନ ପକ୍ଷରୁ ଶ୍ରେଷ୍ଠ ସାମ୍ବାଦିକ ସମ୍ମାନ ୨୦୨୧ ରେ ସମ୍ମାନିତ ହୋଇଥିଲେ।

Leave A Reply

Your email address will not be published.