Webportal

ଓଡ଼ିଶାରେ ଏକାଧିକ ତଦନ୍ତକାରୀ ସଂସ୍ଥା ଙ୍କ ଏବେ ଡେରା

0 200

ଓଡ଼ିଶାରେ ଏକାଧିକ ତଦନ୍ତକାରୀ ସଂସ୍ଥା ଏବେ ଡେରା ପକାଇଛନ୍ତି।ସିବିଆଇ, ଇଡି ନଜରରେ ଓଡିଶା।ଚିଟ୍‌ଫଣ୍ଡ ମାମଲା, କଳା ଟଙ୍କା ଠୁଳ ଓ ଆୟକର ଫାଙ୍କି ଅଭିଯୋଗ, ବାହାନଗା ଟ୍ରେନ୍ ଦୁର୍ଘଟଣା ମାମଲାରେ ଲଗାତାର କେନ୍ଦ୍ରୀୟ ସଂସ୍ଥା ସବୁ ଓଡିଶାରେ ସକ୍ରିୟ ଅଛନ୍ତି।ଖୁବ୍ ଶୀଘ୍ର ଚିଟ୍ ଫଣ୍ଡ ଘଟଣାରେ ସିବିଆଇ ମଧ୍ୟ ଫେରିବ ବୋଲି ବିଶ୍ବସ୍ତ ସୂତ୍ରରୁ ଜଣାପଡ଼ିଛି।ଦୁର୍ନୀତିଖୋର ଓ କଳାଧନ ଠୁଳ କରିଥିବା କିଛି ବ୍ୟକ୍ତିଙ୍କ ବିରୋଧରେ ଇଡି କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିବ।ଟିକସ ଫାଙ୍କୁଥିବା ବଡ଼ ବଡ଼ ବ୍ୟାବସାୟିକ ପ୍ରତିଷ୍ଠାନ ଆୟକର ବିଭାଗ ନଜରରେ ରହିଛି।ଏସବୁ ଅପରେସନ୍ ଦୁର୍ଗା ପୂଜା ପୂର୍ବରୁ ଆରମ୍ଭ ହୋଇଯିବ।ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଲା, ନିଶା ମାଫିଆଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଓ ନିଶାଦ୍ରବ୍ୟ ଚୋରା ଚାଲାଣ ରୋକିବା ନେଇ ଇତିମଧ୍ୟରେ ଏନସିବି(ନାର୍କୋଟିକ୍ କଣ୍ଟ୍ରୋଲ ବ୍ୟୁରୋ)ର ସ୍ଥାୟୀ ଶାଖା ଭୁବନେଶ୍ବରରେ ଖୋଲିଛି।ଏହି ଖବରକୁ ନେଇ ବ୍ୟବସାୟୀଙ୍କ ଠାରୁ ଆରମ୍ଭ କରି ରାଜନୈତିକ ନେତାଙ୍କ ଛାତି ଧଡ଼ଧଡ଼

Leave A Reply

Your email address will not be published.