Webportal

ଓକିଲ ସଂଘର ନିର୍ବାଚନ

0 211

ଆଜି ଅନୁଗୁଳ ଓକିଲ ସଂଘର ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି ଯାହାକୁ ନିର୍ବାଚନ ଅଧିକାରୀ ଭାବେ ଶ୍ରୀ ଭୁପେଶ ଚନ୍ଦ୍ର ପ୍ରଧାନ ପରିଚାଳନା କରିଥିଲେ।ଭୋଟଗ୍ରହଣ ସକାଳ ୯ଟା ରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ହେଇଥିଲା।ମୋଟ ୪୨୦ ଜଣ ସଭ୍ୟଙ୍କ ମଧ୍ୟରୁ ୪୦୧ ଜଣ ମତ ଦାନ କରିଥିଲେ। ଆଜି ହୋଇଥିବା ଚାରିଗୋଟି ପଦବୀ ପାଇଁ ନିର୍ବାଚନ ରେ ବିଜୟୀ ପ୍ରାର୍ଥୀ ମାନେ ହେଲେ ଜିତେନ୍ଦ୍ର କୁମାର ସାହୁ/ସଭାପତି, ଦିଲୀପ କୁମାର ସାହୁ/ଉପସଭାପତି, ହିମାଂଶୁ ଭୂଷଣ ସାମଲ/ସାଧାରଣ ସମ୍ପାଦକ ଓ ସୁଶାନ୍ତ କୁମାର ବାରିକ/ସହସମ୍ପାଦକ।ପୂର୍ବରୁ ସାଂସ୍କୃତିକ ସମ୍ପାଦକ ଭାବେ ପ୍ରଶାନ୍ତ କୁମାର ଆଚାର୍ଯ୍ୟ ଓ କୋଷାଧ୍ୟକ୍ଷ ଭାବେ ଗୋପାଳ ପ୍ରସାଦ ଅଗ୍ରବାଲା ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଥିଲେ।

Leave A Reply

Your email address will not be published.