Webportal

ଏମିତି ଚାଲିଛି ସରକାରଙ୍କ ସାମ୍ବାଦିକ କଲ୍ୟାଣ ଯୋଜନା; ଦୀର୍ଘଦିନର ଅପେକ୍ଷା ପରେ ମୃତକଙ୍କ ପରିବାରକୁ ମିଳିବ ସହାୟତା

0 221

ଓଡିଶା କାର୍ଯ୍ୟକାରୀ ସାମ୍ବାଦିକ ଉନ୍ନୟନ ଧନରାସୀ ବା ୱେଲଫେଆର ଫଣ୍ଡ ନିୟମ ୨୦୦୬ ର ନିୟମ ୭ ଅନୁସାରେ ଏବଂ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ଦ୍ଵାରା ୩.୬.୨୦୨୦ ରେ ଜାରି ବିଜ୍ଞପ୍ତି ଅନୁଯାୟୀ କୋଭିଡ-୧୯ ଦ୍ୱାରା ଆକ୍ରାନ୍ତ ହୋଇ କୌଣସି କାର୍ଯ୍ୟରତ ସାମ୍ବାଦିକ ମୃତୁବରଣ କଲେ ତାଙ୍କୁ ପନ୍ଦର ଲକ୍ଷ ଟଙ୍କାର ସରକାରୀ ସହାୟତା ଯୋଗାଇ ଦିଆଯିବ।

ଏହା ସମ୍ପର୍କିତ ବିଭାଗର କର୍ତ୍ତବ୍ୟ ଯେ କୌଣସି କାର୍ଯ୍ୟରତ ସାମ୍ୱାଦିକଙ୍କ ମୃତ୍ୟୁ କୋଭିଡ କାରଣରୁ ହୋଇଥିଲେ ତାଙ୍କ ପରିବାରକୁ ତୁରନ୍ତ ସହାୟତା ରାଶି ପ୍ରଦାନ କରିବାର ବ୍ୟବସ୍ଥା ଗ୍ରହଣ କରିବା କଥା।କିନ୍ତୁ ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ରେ କାର୍ଯ୍ୟରତ ସାମ୍ବାଦିକ ସ୍ବର୍ଗୀୟ ପ୍ରବୋଧ କୁମାର ବିଶୋଇଙ୍କ ପରିବାରକୁ ମୃତ୍ୟୁ ର ଦୀର୍ଘଦିନ ପରେ ଚଳିତ ମାସ ଚାରି ତାରିଖରେ ସହାୟତା ଧନରାଶି ଦେବାକୁ ନେଇ ସରକାରୀ ଅନୁମୋଦନ ମିଳିଛି।

ବଡ ଦୁଃଖର ବିଷୟ ଯେ ଦୀର୍ଘଦିନ ପର୍ଯ୍ୟନ୍ତ ଉକ୍ତ ସାମ୍ୱାଦିକଙ୍କ ହକର ସହାୟତା ରାଶି ଦେବାକୁ ଆନ୍ତରିକତା ଦେଖାଇ ନ ଥିବା ସରକାରୀ କଳ ଏବେ ସହାୟତା ରାଶି ପ୍ରଦାନକୁ ନେଇ ଅନୁମୋଦନ ମିଳିବା ପରେ ଶ୍ରେୟ ନେବାକୁ ଆଗଭର ହେଉଥିବା ଦେଖିବାକୁ ମିଳିଛି।

ଏବେ ଶ୍ରେୟ ନେବାକୁ ଆଗଭର ହେଉଥିବା ବାବୁମାନେ ଯଦି ସମୟରେ ଚଳଚଞ୍ଚଳ ହୋଇଥାନ୍ତେ ତାହାହେଲେ ସେହି ପରିବାରକୁ ବହୁତ ପୂର୍ବରୁ ସହାୟତା ରାଶି ମିଳି
ପାରିଥାନ୍ତା।

Leave A Reply

Your email address will not be published.