Webportal

ଆନ୍ଦୋଳନ

0 309

ତାଳଚେରରେ କାର୍ଯ୍ୟରତ କର୍ମଚାରୀ ଅଭିଜିତ ସାହୁଙ୍କ ଅକାଳ ବିୟୋଗରେ କ୍ଷତିପୂରଣ ଦେବାରେ ଏନଜେନ କମ୍ପାନୀର ଉଦାସୀନତା ବିରୋଧରେ ନ୍ୟାୟ ପାଇଁ ସମସ୍ତ କର୍ମଚାରୀ ଙ୍କ ସହ ତାଳଚେର ବିଜେଡି ବିଧାୟକ ପ୍ରାର୍ଥୀ ଶ୍ରୀ ବ୍ରଜକିଶୋର ପ୍ରଧାନ ଯୋଗ ଦେଇ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ କାର୍ଯ୍ୟବନ୍ଦ କରିବା ସହ ଧର୍ମଘଟକୁ ସମର୍ଥନ ଜଣାଇବା ସହିତ ନିଜେ ବସିିଥିଲେ। ତାଳଚେର ଅଧିନସ୍ଥ ୧୪ଟି  ରେ ଆଜି ଠାରୁ କାର୍ଯ୍ୟବନ୍ଦ କରିଛନ୍ତି ଏନ୍ ଜେନ୍  ର  ସମସ୍ତ କର୍ମଚାରୀ । ଅଫିସ ଆଗରେ ୩ଦଫା ଦାବି ନେଇ ଆଜିଠାରୁ ଧାରଣା ରେ ବସିଛନ୍ତି ।ପ୍ରଥମ ଦାବି ୩୦ଲକ୍ଷ ଟଙ୍କା,୨-:ସ୍ଥାୟୀ ନିଯୁକ୍ତି ୩-:ସୁରକ୍ଷା ସରଞ୍ଜାମ ଯୋଗାଣ । ଏଥିରେ ସାଧାରଣ ଲୋକମାନେ ହଇରାଣ ହୋଇଛନ୍ତି କାରଣ ଅସହ୍ୟ ଗୁଳୁଗୁଳି ନେଇ ଘନ ଘନ ବିଜୁଳି କାଟ ନେଇ ଉପଭୋକ୍ତା ମାନେ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି ।  ତାଳଚେର ରେ ଏନଜେନ କର୍ମଚାରୀ ଖୁଣ୍ଟ ରେ ଚଢି କାମକରୁଥିବା ଅବସ୍ଥାରେ ଶ୍ରୀ ଅଭିଜିତ ସାହୁ, ଗ୍ରାମ ରାସୋଳ ,ଢେଙ୍କାନାଳ ର ମୃତ୍ୟୁ ବରଣ କରିଥିଲେ । ବିଜେଡି ବିଧାୟକ ପ୍ରାର୍ଥୀ ଶ୍ରୀ ବ୍ରଜକିଶୋର ପ୍ରଧାନ ଅନଶନ କରି ପରିବାରଙ୍କୁ କ୍ଷତିପୁରଣ ବାବଦକୁ ୨୫୦୦୦୦ ଲକ୍ଷ ଟଙ୍କା ପାଇଁ ଦାବି କରିଛନ୍ତି….।

Leave A Reply

Your email address will not be published.