Webportal

ଆକ୍ସନ ମୁଡ଼ରେ ଅନୁଗୁଳ ଜିଲ୍ଲା କଂଗ୍ରେସ:ଟିଟିପିଏସ ପୁନଃ ଚାଲୁ କରିବା କୁ ନେଇ ଆନ୍ଦୋଳନ ପାଇଁ ପ୍ରସ୍ତୁତି

0 211

ସମ୍ପ୍ରତି ଅନୁଗୁଳ ଜିଲ୍ଲା ସ୍ଥିତ ତାଳଚେର ଥର୍ମାଲ ପାୱାର ପ୍ଲାଣ୍ଟ ବା ଟିଟିପିଏସ କୁ ଆୟୁଷ ପୁରା ହେଇଯାଇଥିବା କଥା କହି ବନ୍ଦ କରି ଦିଆଯାଇଛି।ଯାହା ଫଳରେ ବିଦ୍ୟୁତ ଉତ୍ପାଦନ ବାଧାପ୍ରାପ୍ତ ହେବା ସହ ଅନେକ ଲୋକ ଜୀବିକା ହରାଇଛନ୍ତି। ତେଣୁ ତୁରନ୍ତ ଏହାକୁ ପୁନଃ କାର୍ଯ୍ୟକ୍ଷମ କରାଯିବା ସହ ପ୍ରସ୍ତାବିତ ନୂତନ ୟୁନିଟ ଚାଲୁ କରାଯିବା ପାଇଁ ଅନୁଗୁଳ ଜିଲ୍ଲା କଂଗ୍ରେସ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ଦାବି କରାଯାଇଛି।ଦାବି ପୂରଣ ନ ହେଲେ ଦଳ ରାଜରାସ୍ତାକୁ ଓହ୍ଲେଇବା ସହ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମନ୍ତ୍ରୀମାନଙ୍କ ଜିଲ୍ଲା ଭିତରକୁ ପ୍ରବେଶ କରିବାକୁ ବିରୋଧ କରିବା କଥା ମଧ୍ୟ ଉକ୍ତ ସମ୍ମିଳନୀରେ କୁହାଯାଇଥିଲା।

Leave A Reply

Your email address will not be published.