Webportal

ଅନ୍ଧବିଶ୍ୱାସ! : ବର୍ଷା ପାଇଁ ବୃଦ୍ଧଙ୍କ ଉପରେ ଢାଳିଲେ ଗୋବର ଓ ଅପରିଷ୍କାର ପାଣି; ଥାନାର ଦ୍ୱାରସ୍ଥ ହେବାରୁ ନିର୍ଧୁମ ପିଟିଲେ

0 111

ଉତ୍ତର ପ୍ରଦେଶର ଗୋରଖପୁର ଜିଲ୍ଲାରୁ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ଏଠାରେ ବର୍ଷା ହେବା ଆଶାରେ ସ୍ଥାନୀୟ ଗୋବିନ୍ଦପୁର ଗାଁରେ ଅଖଣ୍ଡ ପାଠର ଆୟୋଜନ କରାଯାଇଥିଲା। ହେଲେ ଏହାରି ଭିତରେ କିଛି ଯୁବକ ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ଏକ କାଣ୍ଡ ଘଟାଇଥିଲେ, ଯାହାକି ଏବେ ବିବାଦ ସୃଷ୍ଟି କରିଛି। ଗାଁରେ ବର୍ଷା ହେବା ଆଶାରେ ଯୁବକମାନେ ୭୫ ବର୍ଷୀୟ ଜଣେ ବୃଦ୍ଧ ବ୍ୟକ୍ତିଙ୍କ ଉପରେ ଗୋବର ଓ ଅପରିଷ୍କାର ବର୍ଜ୍ୟବସ୍ତୁର ପାଣି ପକାଇ ଦେଇଥିଲେ।

ପରଦିନ ବୃଦ୍ଧ ଜଣକ ଏ ନେଇ ଥାନାର ଦ୍ୱାରସ୍ଥ ହୋଇଥିଲେ। ମଙ୍ଗଳବାର ବିଳମ୍ବିତ ରାତିରେ ଯେତେବେଳେ ସେ ଗାଁରେ ପହଞ୍ଚିଥିଲେ, ତ ଯୁବକମାନେ ବୃଦ୍ଧଙ୍କ ଉପରେ ରାଗିଯାଇ ତାଙ୍କୁ ନିର୍ଧୁମ ମାଡ଼ ମାରିଥିଲେ। ଏହି ଘଟଣାରେ ପୋଲିସ ଅଭିଯୁକ୍ତମାନଙ୍କୁ ଖୋଜାଖୋଜି କରୁଛି।

ସୂଚନା ମୁତାବକ, ଗୋବିନ୍ଦପୁର ଗାଁରେ ବର୍ଷା ହେବା ପାଇଁ ନାନା ପ୍ରକାରର ଉପାୟ କରାଯାଉଛି। ଏହି କ୍ରମରେ ଇନ୍ଦ୍ର ଦେବତାଙ୍କୁ ଖୁସି କରିବା ପାଇଁ ସୋମବାର ରାତିରେ ଅଖଣ୍ଡ ରାମାୟଣ ପାଠର ବି ଆୟୋଜନ କରାଯାଇଥିଲା। ଏ ଭିତରେ କେହି ଜଣେ ଯୁବକମାନଙ୍କୁ କହିଥିଲା କି, ଯଦି ଗୋବର ଓ ଅପରିଷ୍କାର ପାଣିରେ ଗାଁର କୌଣସି ବୃଦ୍ଧ ବ୍ୟକ୍ତିଙ୍କୁ ଗୋଧୋଇ ଦିଆଯିବ, ତ ଅଞ୍ଚଳରେ ବର୍ଷା ହୋଇପାରେ।

ଯୁବକମାନେ ସମସ୍ତ କଥା ଶୁଣିବା ପରେ ଗାଁର ଜଗଦୀଶ ପାଣ୍ଡେଙ୍କ ଉପରେ ଗୋବର ଘୋଳ ପକାଇ ଦେଇଥିଲେ, ଯାହା ଫଳରେ ବୃଦ୍ଧ ଜଣକ ମୁଣ୍ଡଠୁ ଗୋଡ଼ ପର୍ଯ୍ୟନ୍ତ ଗୋବରରେ ଲଟପଟ ହୋଇ ଯାଇଥିଲେ। ଜଗଦୀଶଙ୍କ ଅଭିଯୋଗ ମୁତାବକ, ଗୋବର ଓ ଅପରିଷ୍କାର ବର୍ଜ୍ୟବସ୍ତୁ ତାଙ୍କ ଆଖି, ନାକ ଏବଂ ମୁହଁରେ ପଶି ଯିବାରୁ ତାଙ୍କୁ ବହୁତ କଷ୍ଟ ହୋଇଥିଲା।

Leave A Reply

Your email address will not be published.