Webportal

ଅନୁଗୁଳରେ ୭୨ତମ ସାଧାରଣତନ୍ତ୍ର ଦିବସ ପାଳିତ

0 280

କରୋନା କଟକଣା ମଧ୍ୟରେ ଅନୁଗୁଳ ଷ୍ଟାଡିୟମ୍‌ ପରିସରରେ ୭୨ତମ ଗଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ରାଜ୍ୟ ଇସ୍ପାତ, ଖଣି ଓ ପୂର୍ତ୍ତ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ମୁଖ୍ୟ ଅତିଥି ରୂପେ ସମାରୋହରେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ନିଜ ବକ୍ତବ୍ୟରେ ଶ୍ରୀ ମଲ୍ଲିକ ଦେଶର ସ୍ବାଧୀନତା ସ˚ଗ୍ରାମୀ, ସମ୍ବିଧାନ ପ୍ରଣେତା ଏବ˚ ଅନ୍ୟ ସହଯୋଗୀମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ଦେଶ ଗଠନର ସେମାନଙ୍କ ମହତ୍ବପୂର୍ଣ୍ଣ ଭୂମିକା ଉପରେ ଆଲୋକପାତ କରିଥିଲେ। ଓଡ଼ିଶାରେ ନବୀନ ସରକାରଙ୍କ ଜନମଙ୍ଗଳ କାର୍ଯ୍ୟକ୍ରମ ତଥା କୃଷି, ଜଳସେଚନ, ସ୍ବାସ୍ଥ୍ୟ, ଶିଳ୍ପ ଏବ˚ ମିଶନ ଶକ୍ତି କାର୍ଯ୍ୟକ୍ରମର ସଫଳତା ବଖାଣିଥିଲେ। ପରିବେଶକୁ ସୁରକ୍ଷିତ ରଖିବା ପାଇଁ ବ୍ୟାପକ ବୃକ୍ଷରୋପଣ ଉପରେ ମନ୍ତ୍ରୀ ଶ୍ରୀ ମଲ୍ଲିକ ଗୁରୁତ୍ବାରୋପ କରିଥିଲେ। ଏହି ଅବସରରେ ୮ ଜଣ କୋଭିଡ୍‌ ଯୋଦ୍ଧାଙ୍କୁ ସମ୍ମାନୀତ କରାଯାଇଥିଲା। ଭେଷଜ ବିଶେଷଜ୍ଞ ଡା. ଦୀପକ ଗଡ଼ନାୟକଙ୍କ ସମେତ ଷ୍ଟାଫ୍‌ ନର୍ସ, ପୁଲିସ୍‌ ଅଧିକାରୀ, ପୁଲିସ୍‌ ଗାଡ଼ି ଚାଳକ ଆଦିଙ୍କୁ ପୁରସ୍କୃତ କରାଯାଇଥିଲା। ସମାରୋହରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ, ଏସ୍‌ପି ଜଗମୋହନ ମୀନା, ଏଡିଏମ୍‌ ତପନ ଶତପଥୀଙ୍କ ସମେତ ଜିଲ୍ଲା ସୂଚନା ଅଧିକାରୀ ସୌରଭ ପ୍ରଧାନ ଓ ଅନ୍ୟ ପଦସ୍ଥ ଅଧିକାରୀ ଯୋଗଦାନ କରିଥିଲେ। ଅତିଥିମାନେ ମେଡିକାଲ୍‌ ପରିସରରେ ରକ୍ତଦାନ ଶିବିର ପରିଦର୍ଶନ କରି ରକ୍ତଦାତାଙ୍କୁ ଉତ୍ସାହିତ କରିବା ସହିତ ରୋଗୀଙ୍କୁ ଫଳ ବଣ୍ଟନ କରିଥିଲେ। ଜେଲ୍‌ ଭିତରେ ଅନ୍ତେବାସୀଙ୍କୁ ମିଷ୍ଟାନ୍ନ ବଣ୍ଟନ କରିଥିଲେ।

Leave A Reply

Your email address will not be published.