Webportal

ଅନୁଗୁଳ ଜିଲ୍ଲାରେ ଆଜିପର୍ଯ୍ୟନ୍ତ ର ଗୋଟିଏ ଦିନରେ ସର୍ବାଧିକ କରୋନା ଆକ୍ରାନ୍ତ ଚିହ୍ନଟ: ଅସାବଧାନତା ନିଜ ଓ ଅନ୍ୟ ପାଇଁ ବିପଦଜନକ

0 328

ଆଜି ଅନୁଗୁଳ ଜିଲ୍ଲାରୁ ସର୍ବାଧିକ ୨୫ ଜଣ କରୋନା ପଜିଟିଭ ଗୋଟିଏ ଦିନରେ ଚିହ୍ନଟ ହେବାପରେ ଜିଲ୍ଲାରେ ପଜିଟିଭ ସଂଖ୍ୟା ପହଂଚିଲା ୧୮୯ ରେ। ।ଏମାନଙ୍କ ମଧ୍ୟରେ ତାଳଚେର ପୋୖରାଞ୍ଚଳରୁ ୧୨,ତାଳଚେର ବ୍ଲକ ଅଞ୍ଚଳରୁ ୮, ଅନୁଗୁଳ ପୋୖରାଞ୍ଚଳରୁ ୩ ଜଣ, ବନରପାଲ ଓ ଛେଣ୍ଡିପଦା ବ୍ଲକ ଅଂଚଳରୁ ଜଣେ ଲେଖାଏଁ ଅଛନ୍ତି।ଏମାନଙ୍କ ମଧ୍ୟରେ ଅଧିକାଂଶ ଗଞ୍ଜାମ,ପାରାଦୀପ, ବିହାର ଆଦି ଫେରନ୍ତା ଓ ଅନ୍ୟ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ଲୋକ ଅଛନ୍ତି।ଜଣେ ଭୁବନେଶ୍ୱର ରେ ରହୁଥିବା ବେଳେ ବାକି ଚବିଶ ଜଣଙ୍କୁ ତାଳଚେର କୋଭିଡ ହସ୍ପିଟାଲ କୁ ସ୍ଥାନାନ୍ତର କରାଯାଉଛି।ଆକ୍ରାନ୍ତ ଚିହ୍ନଟ ହେଇଥିବା ଅଞ୍ଚଳ ବିଶୋଧନ କରାଯିବା ସହ କଣ୍ଟାକ୍ତ ଟ୍ରେସିଙ୍ଗ ଚାଲୁ ରହିଛି।ଜିଲ୍ଲାକୁ ଆଣ୍ଟିଜେନ କୀଟ ଆସିବା ଆରମ୍ଭ ହୋଇଯାଇଛି।ଆଜି ସେଥିରୁ ୪୦ ଟି କୀଟ ମାଧ୍ୟମରେ ହୋଇଥିବା ପରୀକ୍ଷାରୁ ୪ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି।

Leave A Reply

Your email address will not be published.